ଭାବିହ୍ୱଳ ହେଲେ ରାଧାରାଣୀ

ବ୍ରଜରାଜନଗର: ଧର୍ମେନ୍ଦ୍ରଙ୍କୁ ଦେଖି ଭାବବିହ୍ବଳ ହୋଇଉଠିଲେ ରାଧାରାଣୀ। ଏଭଳି ବିରଳ ଘଟଣା ଆଜି ବ୍ରଜରାଜନଗରରେ ଦେଖିବାକୁ ମିଳିଛି। ଭଉଣୀର ମାନସମ୍ମାନ ରକ୍ଷା ସହିତ ଉପନିର୍ବାଚନରେ ବିଜୟୀ କରିବା ଉଦ୍ଦେଶ୍ୟରେ ଦିଲ୍ଲୀରୁ ଧାଇଁ ଆସିଛନ୍ତି ଭାଇ ଧର୍ମେନ୍ଦ୍ର। ଭାଇ ଧର୍ମେନ୍ଦ୍ରଙ୍କ କୋଳରେ ଲୋଟି ପଡ଼ି ସାନ ଭଉଣୀ ଭଳି ବ୍ୟବହାର କରିବା ଦୃଶ୍ୟ ବିରଳ ଓ ହୃଦୟସ୍ପର୍ଶୀ ଓ ଅନନ୍ୟ ଥିଲା। ସେହି ମୁହୂର୍ତ୍ତରେ ଅସହାୟ ଭଉଣୀକୁ ଭାଇ ଧର୍ମେନ୍ଦ୍ର କୋଳେଇ ନେଇ ଯେଉଁଭଳି ପିଠିରେ ଥାପୁଡ଼େଇବା ଘଟଣାକୁ ଜଣେ ବଡ଼ଭାଇର ଏକ ଅଲିଅଳି ଭଉଣୀ ପ୍ରତି ନିଜର କର୍ତ୍ତବ୍ୟ ଓ ସ୍ନେହ ବୋଲି ବିବେଚନା କରାଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ଦଳୀୟ ପ୍ରାର୍ଥିନୀ ଶ୍ରୀମତୀ ରାଧାରାଣୀ ପଣ୍ଡାଙ୍କ ଏଭଳି ଦୃଶ୍ୟ ଏବେ କେବଳ ବ୍ରଜରାଜନଗରରେ ନୁହେଁ, ବରଂ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.