ମୁପ୍ରୀମିକୋର୍ଟର ପଦୋନ୍ନତି ଦେବାକୁ ଦୁଇଜଣଙ୍କ ନାମ ସୁପାରିଶ
ମୁପ୍ରୀମିକୋର୍ଟର ପଦୋନ୍ନତି ଦେବାକୁ ଦୁଇଜଣଙ୍କ ନାମ ସୁପାରିଶ
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମନ୍ନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୁଧାଂଶୁ ଧୁଲିଆ ଏବଂ ଗୁଜୁରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ଜାମସେଦ ବି ପାର୍ଡିୱାଲାଙ୍କ ନାମ ସର୍ବୋଚ୍ଚ ନ୍ୟାୟାଳୟକୁ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିଶ କରିଛନ୍ତି ବୋଲି ସୂତ୍ରରୁ ପ୍ରକାଶ।
‘ଜଷ୍ଟିସ ଧୁଲିଆ ଉତ୍ତରାଖଣ୍ଡ ହାଇକୋର୍ଟରୁ ଉନ୍ନୀତ ହୋଇଥିବା ଦ୍ୱିତୀୟ ବିଚାରପତି ହୋଇଥିବା ବେଳେ ଜଷ୍ଟିସ ପାର୍ଡିୱାଲା ଶୀର୍ଷ ଅଦାଲତର ବେଞ୍ଚରେ ଚତୁର୍ଥ ପାର୍ସୀ ହେବେ।
ଅଗଷ୍ଟ ୧୦, ୧୯୬୦ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଧୁଲିଆ ଉତ୍ତରାଖଣ୍ଡର ପାଉରୀ ଗଡୱାଲ ଜିଲ୍ଲାରେ ଅବସ୍ଥିତ ଏକ ଦୁର୍ଗମ ଗ୍ରାମ ମଦନପୁରରୁ ଆସିଛନ୍ତି ଏବଂ ୧୯୮୬ରେ ଆହ୍ଲାବାଦ ହାଇକୋର୍ଟରେ ବାରରେ ଯୋଗ ଦେଇଥିଲେ।
Comments are closed.