ଯୌତୁକ ପ୍ରଥାର କରୁଣ ପରିଣତି !
ମାହାଙ୍ଗା: ପୁଣି ଲଜ୍ୟାର ସୀମା ଟପିଛି ସମାଜ । ଆଧୁନିକ ଯୁଗରେ ଏବେ ବି ଚାଲିଛି ଯୌତୁକ ନିର୍ଯ୍ୟାତନା । ଏବେ ବଳି ପଡ଼ୁଛନ୍ତି ବଧୂ । ଯୌତୁକ ନିର୍ଯ୍ୟାତନା ଦେଇ ଭଉଣୀକୁ ତାର ଶାଶୁ ଘର ଲୋକେ ମାରି ଟାଙ୍ଗି ଦେଇଥିବା ନେଇ ଅଭିଯୋଗ ଆଣିଲେ ମୃତକଙ୍କ ଭାଇ । ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଅଞ୍ଚଳରେ । ଏହି ଗ୍ରାମର ରମେଶ ବେହେରା ଗତ ୪ ବର୍ଷ ତଳେ ସମସରପୁର ଗ୍ରାମର ଭରତ ଦଳାଇଙ୍କ ଝିଅ କୁନ୍ତୀ ଦଳାଇଙ୍କୁ ବିବାହ କରିଥିଲେ । ବିବାହାର କିଛି ଦିନ ପରେ ତାଙ୍କ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଆସୁଥିଲେ ।
ଆଜି ସ୍ୱାମୀ , ଶାଶୁ , ଏବଂ ନଣନ୍ଦ ମିଶି ତାଙ୍କୁ ମାରି ଟାଙ୍ଗି ଦେବାପରେ ଆତ୍ମହତ୍ୟାର ରୂପ ଦେଇଥିବା କଥା ମୃତକର ଭାଇ ଅଭିଯୋଗ ଆଣିଛନ୍ତି । ଅନ୍ୟ ପଟରେ ଠାକୁର ପୂଜାକୁ କେନ୍ଦ୍ର କରି ଘରୋଇ କଳିରୁ କୁନ୍ତୀ ଦଳାଇ ନିଜେ ଆତ୍ମହତ୍ୟା କରିଥିବା ନେଇ ଶାଶୁ ଘର ଲୋକେ କହିଛନ୍ତି । ଏ ନେଇ ମାହାଙ୍ଗା ପୋଲିସର ତଦନ୍ତ ଜାରି ରହିଛି ।
Comments are closed.