ଛିଣ୍ଡା ଜୋତାର ଦାମ୍ ୧ଲକ୍ଷ ୧୪ହଜାର ଟଙ୍କା !
ଛିଣ୍ଡା ଜୋତାର ଦାମ୍ ୧ଲକ୍ଷ ୧୪ହଜାର ଟଙ୍କା !
ଆନ୍ତର୍ଜାତୀୟସ୍ତରର କମ୍ପାନୀ ବାଲେନ୍ସିଆଗାର । ଏହି କମ୍ପାନୀର ଜୋତା,ପୋଷାକର ଗ୍ରାହକ ସଂଖ୍ୟା କିଛି କମ୍ ନୁହେଁ । ବାଲେନ୍ସିଆଗାର ଜୋତାଗୁଡିକର ଦାମ୍ ୪୦ହଜାର ଟଙ୍କାରୁ ଆରମ୍ଭ । ଏବେ କମ୍ପାନୀ ତରଫରୁ ନୂଆ ଡିଜାଇନରେ ଜୋତା ବଜାରକୁ ଆସିଛି । ଯେମିତି କିଛି ବର୍ଷ ତଳେ ଚିରା ପ୍ୟାଣ୍ଟ ଫେସନକୁ ଆସିଲା, ଏବେ ସେମିତି ଏହି କମ୍ପାନୀ ଛିଣ୍ଡା ଜୋତାର ବିକ୍ରି ଆରମ୍ଭ କରିଛି । ବାଲେନ୍ସିଆଗାର ଏହି ପୁରୁଣା ଛିଣ୍ଡା ଜୋତା ଚଢା ଦରରେ ବିକ୍ରି ହେଉଛି ।
୧ଲକ୍ଷ ୧୪ ହଜାର ଟଙ୍କାରେ ଅନ୍-ଲାଇନରେ ଏହାର ଛିଣ୍ଡା ଜୋତା ବିକ୍ରି ଆରମ୍ଭ ହୋଇଛି । ଚିଣ୍ଡା ଜୋତାର ନାମ ହେଭିଲି ଡେଷ୍ଟ୍ରଏଡ ଭର୍ସନ୍ ରଖାଯାଇଛି । ଏ ଭିତରେ କେତେଜଣ ଗ୍ରାହକ ଲକ୍ଷେ ଟଙ୍କା ଦେଇ ଛିଣ୍ଡା ଜୋତା କିଣିଛନ୍ତି ।
Comments are closed.