ପ୍ରଧାନମନ୍ତ୍ରୀଙ୍କୁ ରାଜ ଠାକରେଙ୍କ ନିବେଦନ: ଅନାନ୍ତୁ ୟୁନିଫର୍ମ ସିଭିଲ କୋଡ ଆଇନ
ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ) ମୁଖ୍ୟ ରାଜ ଠାକରେ ପୁଣେରେ ଆଜି ଏକ ବିରାଟ ରାଲି କରିଛନ୍ତି। ଏହି ଅବସରରେ ସେ ଦେଶରେ ୟୁନିଫର୍ମ ସିଭିଲ କୋଡ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛି ତୁରନ୍ତ ସେ ୟୁନିଫର୍ମ ସିଭିଲ କୋଡ ଆଇନ ଆଣନ୍ତୁ। ଏଥିସହ ଜନସଂଖ୍ୟ ନିୟନ୍ତ୍ରଣ ଆଇନ ଆଣିବା ଏବଂ ଔରଙ୍ଗାବାଦ ନାମକୁ ପରିବର୍ତ୍ତନ କରି ସାମ୍ଭାଜୀନଗର ରଖିବାକୁ ଅପିଲ କରିଛନ୍ତି । ଆଜିର ରାଲିରେ ଏମଏନଏସ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ମହାରାଷ୍ଟ୍ର ବିକାଶ ଅଘାଡ଼ି ସରକାର ମହାରାଷ୍ଟ୍ରରେ ଏଆଇଏମଆଇଏମ ଦଳକୁ ପ୍ରବେଶ ପାଇଁ ରସ୍ତା ଦେଖାଇଛନ୍ତି ।
ଔରଙ୍ଗାବାଦରେ ଲୋକସଭା ଆସନକୁ ଏଆଇଏମଆଏମ ଦଖଲ ପାଇଁ ମହାରାଷ୍ଟ୍ର ବିକାଶ ଅଘାଡ଼ି ସରକାର ଚାହୁଁଛି। ମାହାରାଷ୍ଟ୍ରରେ ଏଆଇଏମଆଇଏମର ଶାଖାର ପ୍ରସାର ପାଇଁ ମହାରାଷ୍ଟ୍ର ବିକାଶ ଅଘାଡ଼ି ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ଔରଙ୍ଗାବାଦରେ ଜଣେ ଏଆଇଏମଆଇଏମ ନେତା ଜଣେ ଶିବସେନା ନେତାଙ୍କୁ ହରାଇ ଏମପି ହେବା ଆଶ୍ଚର୍ଯ୍ୟଜନକ ବୋଲି ରାଜ ଠାକରେ କହିଛନ୍ତି। ଯଦି ଏଆଇଏମଆଇଏମର ନିର୍ବାଚିତ ନେତା ଔରଙ୍ଗାବାଦରେ ଥିବା ଔରଙ୍ଗାଜେବଙ୍କ ଗମ୍ଭୁଜକୁ ଯାଇ ପ୍ରାର୍ଥନା କରନ୍ତି ତେବେ ମୋତେ ଲାଗୁଛି ମହାରାଷ୍ଟ୍ରରେ ନିଆଁ ଜଳିବ।
Comments are closed.