ଭୁବନେଶ୍ୱର: ପୁଣି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଆଉ ଜଣେ ଓଡ଼ିଆ ଆଥଲେଟ୍ । ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍ସ ଇଭେଣ୍ଟରେ ଚମକଛନ୍ତି ଓଡ଼ିଆ ଆଥଲେଟ ଶ୍ରାବଣୀ ନନ୍ଦ । ୪ ବର୍ଷ ପରେ ଶ୍ରାବଣୀ ୨୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ଜିତିିଛନ୍ତି । ୨୪.୦୪ ସେକଣ୍ଡରେ ସେ ଏହି ରେସ ପୂରଣ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି ।ସେହିଭଳି ୨୦୦ ମିଟର ପୁରୁଷ ବିଭାଗରେ ଓଡ଼ିଶାର ଆର୍ଯ୍ୟନ ଏକ୍କା ରୌପ୍ୟ ପଦକ ଜିତିଥିବା ବେଳେ ଅମୀୟ ମଲ୍ଲିକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ପ୍ରକାଶ ଯେ, ଶନିବାରଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍ସ ଇଭେଣ୍ଟ ଆରମ୍ଭ ହୋଇଛି । ଏଥିରେ ୧୭ଟି ବିଭାଗରେ ପ୍ରତିଯୋଗିତା ହେଉଥିବା ବେଳେ ଓଡ଼ିଶାର ୧୦ଜଣଙ୍କ ସହ ଭାରତର ୧୧୬ ଆଥଲେଟ ଭାଗ ନେଇଛନ୍ତି ।
Prev Post
Next Post
Comments are closed.