ଓଡ଼ିଶାରେ ବିଧାନ ପରିଷଦର ଗଠନ ଜରୁରୀ
ଦୀର୍ଘବର୍ଷ ହେବ ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ତତ୍ପରତା ଦେଖାଯାଇଥିବା ବେଳେ ପୁଣି ଏବେ ନିର୍ବାଚନ ସମୟରେ ବିଧାନସଭାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିରୋଧୀ ଦଳଗୁଡିକ ପକ୍ଷରୁ ବିଧାନ ପରିଷଦ ଗଠନ ଏକ ରାଜନୈତିକ ସ୍ଲୋଗାନ କରିଦେଇଛନ୍ତି । ଯାହାର ପ୍ରଭାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ବୈଠକ କରି ସଠିକ ଭାବେ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ନୃସିଂହ ସାହୁଙ୍କ କିମିଟି ଅଧ୍ୟକ୍ଷରୁ ପୂର୍ବରୁ ଦୁଇ ରାଜ୍ୟକୁ ଯାଇ ବିଧାନ ପରିଷଦ ଗଠନ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । କିନ୍ତୁ ଅଚାନକ ପୁଣି ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ ନିଷ୍ପତି ଏକ ଆଗୁଆ ନିର୍ବାଚନର ରାଜନୈତିକ ଉଦ୍ଦେଶ୍ୟ ରଖିଥିବା ଜଣାପଡିଛି । ଏହି ତଦନ୍ତ ପାଇଁ ଅନ୍ୟ ଦଳର ସଦସ୍ୟକୁ ନନେବା ମଧ୍ୟ ଏକ ବଡ ପ୍ରଶ୍ନବାଚୀ । ବିହାର ଓ ଆନ୍ଧ୍ରାରେ ବିଧାନ ପରିଷଦ ହୋଇଯାଇଥିଲେ ମଧ୍ୟ ଓଡ଼ିଶାରେ ଏତେ ବିଳମ୍ବକୁ ନେଇ ପୁଣି ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ସେଠି ଯାଇ ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କମିଟିର ତଦନ୍ତ ରିପୋର୍ଟ ଦେଖିବା ପରେ ଓଡିଶା ପାଇଁ ପରିଷଦ ଗଠନ କରିବାରେ ସୁବିଧା ହୋଇପାରିବ ।
Comments are closed.