ଲିଙ୍ଗିପୁର ମିଷ୍ଟାନ୍ନ ଭଣ୍ଡାରରୁ ଟଙ୍କା ଚୋରି ଅଭିଯୋଗ

ଭୁବନେଶ୍ୱର ଲିଙ୍ଗିପୁର ଟ୍ରାଫିକ ଛକ ନିକଟସ୍ଥ ମା’ ଶାରଳା ମିଷ୍ଟାନ୍ନ ଭଣ୍ଡାରରୁ ଟଙ୍କା ଚୋରି ଅଭିଯୋଗ।

0

ଭୁବନେଶ୍ୱର ଲିଙ୍ଗିପୁର ଟ୍ରାଫିକ ଛକ ନିକଟସ୍ଥ ମା’ ଶାରଳା ମିଷ୍ଟାନ୍ନ ଭଣ୍ଡାରରୁ ଟଙ୍କା ଚୋରି ଅଭିଯୋଗ। ଘଟଣାର ଏକ ସିସିଟିଭି ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜ୍‌ରେ ଜଣେ ମହିଳା ଦୋକାନ ଭିତରେ ଥିବା ଟଙ୍କା ବକ୍ସ ନିକଟକୁ ଯାଉଥିବା ଦେଖାଯାଉଛି। ଦୋକାନ ମାଲିକଙ୍କ ନଜର ଅନ୍ୟତ୍ର ଥିବା ସମୟରେ ସୁଯୋଗ ନେଇ ମହିଳା ଜଣକ ଟଙ୍କା ବକ୍ସରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ପୂରା ଘଟଣା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଫୁଟେଜ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଅଭିଯୁକ୍ତ ମହିଳା ଜଣକ କିଏ ଏବଂ ପ୍ରକୃତରେ କେତେ ଟଙ୍କା ଚୋରି ହୋଇଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ନେଇ ପୋଲିସରେ ଅଭିଯୋଗ ହେଲେ, ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

ଏପଟେ ସିସିଟିଭି ଫୁଟେଜ୍‌ ଆଧାରରେ ମହିଳାଙ୍କ ପରିଚୟ ଏବଂ ଘଟଣାର ସତ୍ୟତା ନେଇ ତଦନ୍ତ କରାଯିବା ନେଇ ଆଶା କରାଯାଉଛି।

Leave A Reply

Your email address will not be published.