ଲଗାଣ ବର୍ଷାରେ ଘର ଭୂଷୁଡି ଲୋଚନୀ ପାତ୍ରଙ୍କ ପରିବାର ବାସହୀନ, ବାହାର ରାଜ୍ୟରେ ସ୍ବାମୀ ଦାଦନ ଶ୍ରମିକ

ପରିବାର ପ୍ରତିପୋଷଣ ଉଦ୍ଦେଶ୍ୟରେ ଘରର ମୁଖିଆ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବରେ ଖଟୁଥିବା ବେଳେ ଲଗାଣ ବର୍ଷାରେ ଘର ଭୂଷୁଡି ପଡିଛି।

0

ଥୁଆମୁଳ ରାମପୁର : ପରିବାର ପ୍ରତିପୋଷଣ ଉଦ୍ଦେଶ୍ୟରେ ଘରର ମୁଖିଆ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବରେ ଖଟୁଥିବା ବେଳେ ଲଗାଣ ବର୍ଷାରେ ଘର ଭୂଷୁଡି ପଡିଛି। ସ୍ତ୍ରୀ ନିଜ ଛୁଆପିଲାଙ୍କୁ ଧରି ବାରଦୁଆ ଶୁଣ୍ଢି ପିଣ୍ତା ହୋଇ ବହୁ ହିନସ୍ତାରେ ଦିନ କାଟୁଛନ୍ତି। ଘଟଣା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଗୁଣୁପୁର ଗ୍ରାମପଞ୍ଚାୟତ ମୁଖ୍ଯାଳୟ ସ୍ଥିତ ପାନଭଟା ଗ୍ରାମରେ। ଗରିବ ଅବସ୍ଥାରେ ପରିବାର ପ୍ରତିପୋଷଣ କରିବା ପାଇଁ ସ୍ବାମୀ ସୁରେଶ ପାତ୍ର ବାହାର ରାଜ୍ୟକୁ ଦାଦାନ ଶ୍ରମିକ ଭାବରେ ଖଟୁଥିବା ବେଳେ ଗତ ଲଗାଣ ବର୍ଷାରେ ତାଙ୍କ ଘର ଭୂଷୁଡି ପଡିଛି। ଯାହାଫଳରେ ସୁରେଶ ପାତ୍ରଙ୍କ ସ୍ତ୍ରୀ ଛୁଆପିଲାଙ୍କୁ ନେଇ ବହୁ କଷ୍ଟରେ ରହିଥିବା ଜଣାପଡିଛି। ପ୍ରଶାସନ ପକ୍ଷରୁ ତୂରନ୍ତ କ୍ଷୟକ୍ଷତି ସହିତ ଜରି ଯୋଗାଇ ଦେବା ସହିତ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଖଣ୍ତେ ଯୋଗାଇ ଦେବାପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି। ଥୁଆମୂଳ ରାମପୁର ବ୍ଲକ ରୁ ହିତେଶ କୁମାର ନାଏକ ଙ୍କ ରିପୋଟ ମହକ ନିୟୁଷ |

Leave A Reply

Your email address will not be published.