ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା: ସେନା ପ୍ରତ୍ୟାହାର କଲା ଆମେରିକା

ଖୁବ୍‌ ଶୀଘ୍ର ଇରାନ ଉପରେ ହମଲା ! ମଧ୍ୟପ୍ରାଚ୍ୟର ବହୁ ସାମରିକ ଘାଟିରୁ ସୈନ୍ୟ ଓ କର୍ମଚାରୀଙ୍କୁ ହଟାଇଲା ଆମେରିକା

0

ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧର ବାଦଲ ଏବେ ଘନେଇବାରେ ଲାଗିଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସ୍ୱତନ୍ତ୍ର ବିମାନ ‘ୱିଙ୍ଗ ଅଫ୍ ଜିଅନ’ ରହସ୍ୟମୟ ଭାବେ ଇସ୍ରାଏଲ୍ ଆକାଶମାର୍ଗ ଛାଡ଼ିବା ପରେ ସାରା ବିଶ୍ୱରେ ଚହଳ ପଡ଼ିଛି । କୁହାଯାଉଛି ଯେ, ଆମେରିକା ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ବଡ଼ ଧରଣର ସାମରିକ ଆକ୍ରମଣ କରିପାରେ । ଆଶଙ୍କାକୁ ବଳ ଦେଉଛି ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ‘ପେଣ୍ଟାଗନ’ରୁ ଆସୁଥିବା ରିପୋର୍ଟ । ସେଠାରେ ହଠାତ୍ ପିଜା ବ୍ୟବହାର ବା ଅର୍ଡର ମାତ୍ରାଧିକ ଭାବେ ବଢ଼ିଯାଇଛି । ଇତିହାସ କୁହେ, ଯେତେବେଳେ ପେଣ୍ଟାଗନର ଅଧିକାରୀମାନେ ବିଳମ୍ବିତ ରାତି ଯାଏଁ ରଣନୀତି ପ୍ରସ୍ତୁତ କରନ୍ତି, ସେତେବେଳେ ସେଠାରେ ଖାଦ୍ୟ ଅର୍ଡର ବଢ଼ିଥାଏ । ଏହାସହ ଆମେରିକାର ବିଶାଳ ଯୁଦ୍ଧଜାହାଜଗୁଡ଼ିକ ଏବେ ଇରାନ ଅଭିମୁଖେ ମୁହାଁଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କ କଡ଼ା ଚେତାବନୀ ଏବଂ ଇରାନରେ ଚାଲିଥିବା ଆଭ୍ୟନ୍ତରୀଣ ବିଦ୍ରୋହ ମଧ୍ୟରେ କିଛି ସଙ୍କେତ ସ୍ପଷ୍ଟ କରୁଛି, ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧର ମୂଳଦୁଆ ପଡ଼ିସାରିଛି । ଯଦି ଆକ୍ରମଣ ହୁଏ, ତେବେ ଏହା କେବଳ ଦୁଇ ଦେଶ ନୁହେଁ, ବରଂ ସମଗ୍ର ବିଶ୍ୱର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବ ।

Leave A Reply

Your email address will not be published.