ନିପା ଭାଇରସକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବଡ଼ ବୟାନ

ନିପା ଭାଇରସକୁ ନେଇ ଓଡ଼ିଶା ବର୍ତ୍ତମାନ ଭୟ କରିବା ଦରକାର ନାହିଁ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

0

ପଶ୍ଚିମବଙ୍ଗରେ ନିପା ଭାଇରସର ଆତଙ୍କ ପରେ ଓଡ଼ିଶାରେ ଭୟ ବଢ଼ିବାରେ ଲାଗିଛି । ବିଶେଷକରି ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସଂକ୍ରମିତ ଘୁଷୁରୀ, ବାଦୁଡିଙ୍କ ଠାରୁ ଏହି  ଭୂତାଣୁ ମଣିଷର ଶରୀର ଆସିବା ପରେ ଲୋକଙ୍କ ମଧ୍ୟରେ କ୍ଷୀପ୍ର ଗତିରେ ବ୍ୟାପିଥାଏ । ତେଣୁ ସଚେତନ ଓ ସତର୍କତା ହିଁ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇଛନ୍ତି ।

ତାଙ୍କ କହିବା ଅନୁସାରେ, ଯାହା ୨୦୨୩ରେ ମାର୍ଗଦର୍ଶିକା ଆସିଥିଲା, ତାହା ପାଳନ କରାଯାଉ । କେନ୍ଦ୍ର ନିର୍ଦ୍ଦେଶ ନ ଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ହେବ ନାହିଁ । ଭାରତ ସରକାରଙ୍କ ଟିମ୍‌ ପଶ୍ଚିମବଙ୍ଗ ଯାଇ କାମ କରୁଛନ୍ତି । ଓଡ଼ିଶାରେ ନିପା ଭାଇରସ୍‌ ରୋଗୀ ଚିହ୍ନଟ ହୋଇନାହାନ୍ତି । ଓଡ଼ିଶାକୁ ଏଯାଏଁ ବ୍ୟାପିନି, ତେଣୁ ଓଡ଼ିଶା ଭୟ କରିବା ଦରକାର ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।

Leave A Reply

Your email address will not be published.