ଅଶ୍ଳୀଳ ନୃତ୍ୟ ପାଇଁ ବଢ଼ିଲା ଆଡୁଆ: ବନ୍ଧା ହେବେ ନିଶା ମହାରଣା !

ବନ୍ଧା ହୋଇପାରନ୍ତି ନିଶା ମହାରଣା l ଅଶ୍ଳୀଳ ନୃତ୍ୟ ପାଇଁ ବଢ଼ିଲା ନିଶାଙ୍କ ଗିରଫ ଆଶଙ୍କା l

0

ଭୁବନେଶ୍ବର: ମହଙ୍ଗା ପଡ଼ିଲା ଅଶ୍ଳୀଳ ନାଚ । ଅଶ୍ଳୀଳ ନାଚ ପାଇଁ ଗିରଫ ହୋଇପାରନ୍ତି ନିଶା ମହାରଣା । ବଲାଙ୍ଗିର ସଦର ଥାନାରେ ମାମଲା ରୁଜୁ ପରେ ବଢ଼ିଲା ଗିରଫ ସମ୍ଭାବନା । ଗତ ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ ହୋଇଛି । ୨ ଆୟୋଜକଙ୍କୁ ପୋଲିସ ଅଟକ ରଖିବା ପରେ ନିଶାଙ୍କ ସମସ୍ୟା ଏବେ ବଢ଼ିବାରେ ଲାଗିଛି । ଗୋଟିଏ ଟିମ୍‌ ଭୁବନେଶ୍ବର ଆସି ନିଶାଙ୍କୁ ଖୋଜୁଥିବା ସୂଚନା ମିଳିଛି ।

ନିଶା ମହାରଣାଙ୍କ  ବିରୋଧରେ ଥାନାରେ ହୋଇଛି ଅଭିଯୋଗ । ବଲାଙ୍ଗିର ସଦର ଥାନାରେ ମାମଲା ରୁଜୁ ପରେ ବଢ଼ିଲା ଗିରଫ ସମ୍ଭାବନା  । ବଲାଙ୍ଗିର ଚନ୍ଦନ ଭାଟିରେ ଅଶ୍ଳୀଳ ନୃତ୍ୟ କରିଥିବା ନେଇ ଅଭିଯୋଗ ହୋଇଛି  ।  ଏଥିରେ ସମ୍ପୃକ୍ତ ଦୁଇ ଆୟୋଜକ  ମଧ୍ୟ ସଦର ଥାନାରେ ଅଟକ ହୋଇଛନ୍ତି ।  ଦୁଇ ଆୟୋଜକ  ହେଲେ ସୁରେନ୍ଦ୍ର ନାଗ ଓ ରାଧେଶ୍ୟାମ ମେହେର । ଦୁଇ ଆୟୋଜକ ଅଟକ ହେବା  ପରେ ନିଶାଙ୍କ  ପାଇଁ ସମସ୍ୟା ବଢିପାରେ ।  ଗତ ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଲୀଳ ନୃତ୍ୟ ନେଇ ଅଭିଯୋଗରେ ମାମଲା ଦାୟର ହୋଇଥିଲା ।

Leave A Reply

Your email address will not be published.