ନିର୍ବାଚନ ପରିଚାଳନା ନିୟମରେ ବଡ଼ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

0

ନିର୍ବାଚନ ପରିଚାଳନା ନିୟମରେ ଗୋଟିଏ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ସିସିଟିଭି ଫୁଟେଜ୍ ଓ ଭିଡିଓ ରେକର୍ଡିଂ ଭଳି କେତେକ ଇଲେକ୍ଟ୍ରୋନିକ୍ ଡକ୍ୟୁମେଣ୍ଟର ସର୍ବସାଧାଣ ତନଖି ଉପରେ ଲାଗିଛି ରୋକ। ପୂର୍ବରୁ ନିର୍ବାଚନ ପ୍ରକ୍ରିୟାକୁ ନେଇ ଆପତ୍ତି ଆସିଲେ ଭିଡିଓ ରେକର୍ଡିଂର ଯାଞ୍ଚ କରାଯିବାର ପ୍ରାବଧାନ ରହିଥିଲା।

କିନ୍ତୁ ସେଥିରେ ସରକାର ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ ସଂଶୋଧନ କରି ଦେଇଛନ୍ତି। ସରକାରଙ୍କ ଏପରି ପଦକ୍ଷେପକୁ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତା ହ୍ରାସ ପାଉଥିବା ନେଇ ଦଳ ଯେଉଁ ଆଶଙ୍କା କରୁଥିଲା, ତାହା ଏବେ ସତ ପ୍ରମାଣିତ ହୋଇଛି।

ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ, ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ ନିର୍ବାଚନ ପରିଚଳନା ନିୟମ ୧୯୬୧ର ଧାରା ୯୩ରେ ସଂଶୋଧନ କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ କେଉଁ ସବୁ ଦସ୍ତାବିଜର ତନଖି ସର୍ବସାଧାଣରେ କରାଯାଇ ପାରିବ ନାହିଁ, ତା’ର ତାଲିକା ପ୍ରସ୍ତୁତ ହୋଇଛି।

ନିର୍ବାଚନ ପରିଚାଳନାର ଧାର ୯୩(୨)(କ)ରେ ପୂର୍ବରୁ କୁହାଯାଇଥିଲା ଯେ “ନିର୍ବାଚନ ସହ ଜଡ଼ିତ ଅନ୍ୟ ସମସ୍ତ ନଥି ସର୍ବସାଧାରଣ ଯାଞ୍ଚ ପାଇଁ ଉପଲବ୍ଧ ହୋଇପାରିବ।” ନିୟମର ସଂଶୋଧିତ କରାଯାଇ କୁହାଯାଇଛି ଯେ ନିର୍ବାଚନ ସହ ଜଡ଼ିତ ଏହି ନିୟମରେ ଉଲ୍ଲେଖ କରାଯାଇଥିବା ଅନ୍ୟ ସମସ୍ତ କାଗଜପତ୍ର ସାଧାରଣ ଯାଞ୍ଚ ପାଇଁ ଉପଲବ୍ଧ ରହିବ।

ଗୋଟିଏ କୋର୍ଟ କେସ୍‌ ଯୋଗୁ ହିଁ ସରକାର ଏହି ନିୟମରେ ସଂଶୋଧନ କରାଯାଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.