ଆଉ ୩ ମାସରେ ଥରେ ନୁହେଁ, ପ୍ରତି ମାସରେ ହିତାଧିକାରୀଙ୍କୁ ରାସନ ମିଳିବ

0

ଆଉ ୩ ମାସରେ ଥରେ ନୁହେଁ, ପ୍ରତି ମାସରେ ହିତାଧିକାରୀଙ୍କୁ ରାସନ ମିଳିବ। ଏନେଇ ଶନିବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ତେବେ ନୂଆ ବର୍ଷରୁ ଏହି ନୂଆ ନିୟମ ଲାଗୁ ହେବ।

ପୂର୍ବରୁ ଏକାସାଙ୍ଗରେ ୩ ମାସର ରାସନ ଡିଲରଙ୍କ ପାଖରେ ମହଜୁଦ ରହୁଥିଲା। ଏହାର ଅପବ୍ୟବହାର କରାଯାଉଥିଲା। ଏପରିକି ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଣୁ ସରକାର ପ୍ରତି ମାସରେ ରାସନ ଦେବାକୁ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି।

କହିରଖୁଛୁ, ଦୀର୍ଘଦିନ ଧରି ହିତାଧିକାରୀମାନେ ମାସିକିଆ ରାସନ ପାଇବାକୁ ଚାହିଁ ରହିଥିଲେ। ଏବେ ମନ୍ତ୍ରୀଙ୍କ ସୂଚନା ପରେ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବେ ବୋଲି କୁହାଯାଉଛି।

Leave A Reply

Your email address will not be published.