ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ
ଭୁବନେଶ୍ୱର,ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍ଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି। ଜନଶୁଣାଣି ଓ୍ବେବ୍ସାଇଟ
କିମ୍ବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ପଞ୍ଜୀକରଣ କରାଯାଉଛି। ସର୍ବାଧିକ ୧୦୦୦ ପଞ୍ଜୀକୃତ ଆବେଦନକାରୀ ୨୩ ତାରିଖ ପୂର୍ବାହ୍ନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଭୁବନେଶ୍ବରସ୍ଥିତ ୟୁନିଟ-୫ ସରକାରୀ ବାସଗୃହ ନମ୍ବର ଭିଆଇଆଇଆଇଏମ୍ଆର୍-୪ଠାରେ ଏହି ଜନଶୁଣାଣି ହେବ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ୨୬୫ ଜଣ ଅନ୍ଲାଇନ ଅଭିଯୋଗ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।
Comments are closed.