୧୮ରେ ଆରମ୍ଭ ହେବ ଏନ୍‌ପିଏସ୍‌ ବାତ୍ସଲ୍ୟ

0

ସେପ୍ଟେମ୍ବର ୧୮ରେ ନୂଆଦିଲ୍ଲୀଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନ୍‌ପିଏସ୍‌ (ଜାତୀୟ ପେନ୍‌ସନ ଯୋଜନା) ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ପେନ୍‌ସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫଆରଡିଏ)ର ଅଧ୍ୟକ୍ଷ ଦୀପକ ମହାନ୍ତି, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ଆର୍ଥିକ ସେବା ବିଭାଗର ସଚିବ ନାଗାରାଜୁ ମଦିରାଲା ଯୋଗଦେବେ। ଏନ୍‌ପିଏସ୍‌ ବାତ୍ସଲ୍ୟ ଯୋଜନାରେ ଅଭିଭାବକ ସେମାନଙ୍କ ନାବାଳକ ପିଲାଙ୍କ ପାଇଁ ଆକାଉଣ୍ଟ ଖୋଲି ସେମାନଙ୍କ ଅବସର ସଞ୍ଚୟ ଦିଗରେ ସହଯୋଗ କରିପାରିବେ। ସେମାନଙ୍କ ପିଲା ସାବାଳକ ହେବା ପରେ ଉକ୍ତ ଆକାଉଣ୍ଟ ନିୟମିତ ଏନ୍‌ପିଏସ୍‌ ଆକାଉଣ୍ଟକୁ ରୂପାନ୍ତର ହୋଇଯିବ। ଯାହା ଦୀର୍ଘ ଅବସର ଜୀବନ ପାଇଁ ସଞ୍ଚୟ କରିବାରେ ସାହାଯ୍ୟ କରିବ।

Leave A Reply

Your email address will not be published.