କେରଳରୁ ଆସିଲା ମୃତ୍ୟୁ ଭିତରେ ଆଶାର ଛବି : ୫ ଦିନ ପରେ ମାଟି ତଳୁ ଉଦ୍ଧାର ହେଲେ ୪ ଶିଶୁ

କେରଳ ୱାୟନାଡ ଭୟଙ୍କର ଭୂସ୍ଖଳନର ୫ ଦିନ ପରେ ସେଠାରୁ ଆସିଛି ହୃଦୟବିଦାରକ ଦୃଶ୍ୟ, ଯାହା ଦେଖିଲେ କାହାରିବି ଆଖି ଓଦା ହୋଇଯିବ । ଯେଉଁଠି ପ୍ରକୃତିର କରାଳ ଗତି ଶହଶହ ଜୀବନ ନେଲା, ଆଉ କେତେ କାହିଁ ନିଖୋଜ ହୋଇଗଲେ, ସେଠାରୁ ଆସିଛି ମୃତ୍ୟୁ ଭିତରେ ଜୀବନର ଆଶାର କିଛି ଛବି ।

କଲପେଟ୍ଟା ରେଞ୍ଜର ବନାଧିକାରୀଙ୍କ ନେତୃତ୍ୱରେ ୪ ଜଣିଆ ରେସ୍କ୍ୟୁ ଟିମ୍ ବାହାରିଥିଲେ ୱାୟନାଡ ଅଭିମୁଖେ, ଉଦ୍ଧାର କାର୍ଯ୍ୟ ପାଇଁ । ରାସ୍ତା ଥିଲା ଭାରି ବିପଜ୍ଜନକ । ଘଞ୍ଚ ଜଙ୍ଗଲ ଭିତରେ ଖସଡା ପଥର । ହେଲେ କିଛି ଆଦିବାସୀ ପରିବାରକୁ ବଞ୍ଚାଇବାର ଥିଲା । ଏଥିପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ ବନ ବିଭାଗର କିଛି ଅଧିକାରୀ, ଆଉ ସେମାନଙ୍କୁ ହାତରେ ଯାହା ପଡିଲା ତାହା ଆପଣଙ୍କୁ ସ୍ତମ୍ଭୀଭୂତ କରିବ । ଗତ ୫ ଦିନ ଧରି ପଥର କନ୍ଦିରେ ବଞ୍ଚିଥିଲା ୪ଟି କଅଁଳ ଜୀବନ । ଉଦ୍ଧାର ହୋଇଥିଲେ ୪ ନିଷ୍ପାପ ଶିଶୁ । ସେମାନଙ୍କୁ ଉଦ୍ଧାର କରିବାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ଲୋକଙ୍କ ଠାରୁ ଅଜସ୍ର ଶୁଭେଚ୍ଛା ପାଉଛନ୍ତି ଏହି ୪ ଅଧିକାରୀ ।

Comments are closed.