ଫାଇଭ-ଟି ସ୍କୁଲ ଦୁର୍ନୀତି ମାମଲାରେ ହେବ କାର୍ଯ୍ୟାନୁଷ୍ଠାନ । ବଡ଼ ବୟାନ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

କେନ୍ଦ୍ରାପଡ଼ାରେ ଫାଇଭ-ଟି ସ୍କୁଲରେ ହୋଇଥିବା ଦୁର୍ନୀତିର ହେବ କାର୍ଯ୍ୟାନୁଷ୍ଠାନ । ଏଭଳି ମନ୍ତବ୍ୟ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ କହିଛନ୍ତି, ଯଦି ଫାଇଭ-ଟି ସ୍କୁଲ ନାଁରେ କୌଣସି ଅନିୟମିତତା କି ଦୁର୍ନୀତି ହୋଇଥିବ, ତାହେଲେ ଏହା ବିରୋଧରେ ସରକାର ତଦନ୍ତ କରିବେ ଏବଂ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

କେନ୍ଦ୍ରାପଡ଼ାରୁ ଆସିଛି ଫାଇଭ୍-ଟି ସ୍କୁଲ ରୂପାନ୍ତରିକରଣ ନାଁରେ କୋଟି କୋଟି ଟଙ୍କା ମହାଲୁଟ୍ ଅଭିଯୋଗ । ରଙ୍ଗ ମାରି ପାଖାପାଖି ୧୫୯ କୋଟି ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ମୋ ସ୍କୁଲ୍ ଅଭିଯାନ, କର୍ପୋସ ଫଣ୍ଡ, ରାଜ୍ୟରେ ପ୍ରତ୍ୟକ ହାଇସ୍କୁଲର ରୁପନ୍ତରିକରଣ ପାଇଁ ୪୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିଲା । ହେଲେ ରଙ୍ଗ ମାରି ଟଙ୍କା ହରିଲୁଟ୍ କରାଯାଇଥିବା ବଡ଼ ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ହେଡ୍‌ମାଷ୍ଟରଙ୍କୁ ଚିଠି କରି ବ୍ଲକକୁ ଟଙ୍କା ନେଇ ଯାଉଥିଲେ । ମନଇଚ୍ଛା କରୁଥିଲେ ନିର୍ମାଣ କାମ । କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ୩୫୪ଟି ସ୍କୁଲରୁ ଏପରି ଅଭିଯୋଗ ଆସିଛି । ଯୋଜନାର ସର୍ତ୍ତାବଳୀ ଅନୁସାରେ ୫ରୁ ୧୦ ପ୍ରତିଶତ, ସ୍କଲ୍ର ମେଂଟେନାନ୍ସ ବାବଦରେ ଖର୍ଚ୍ଚ ହେବ । ଦୁଇଟି ସ୍ମାର୍ଟ କ୍ଲାସ ରୁମ୍, ଗୋଟିଏ ସ୍ମାର୍ଟ ଲାଇବ୍ରେରୀ, ଗୋଟିଏ ସାଇନ୍ସ ଲ୍ୟାବ୍ କରାଯିବ । ଏହାର ଆନୁଷଙ୍ଗିକ ସ୍କୁଲ୍ କମିଟି, ଓ ହେଡ ମାଷ୍ଟର କିଣିବେ । ସ୍କୁଲର ମରାମତି, ଅନ୍ୟାନ୍ୟ ସିଭିଲ ୱାର୍କ ପାଇଁ ଏକ କମିଟି ଗଠନ ହେବ । ସ୍କୁଲ୍ କମିଟି, ଯାହା ଆବଶ୍ୟକ କରିବ ସେହି ଅନୁଯାୟୀ ଏଷ୍ଟିମେଣ୍ଟ ପ୍ରସ୍ତୁତ କରାଯିବ । ସେହି ଅର୍ଥରୁ ଅଳ୍ପ କିଛି ବ୍ଲକ୍ ଆକାଉଣ୍ଟକୁ ଦିଆଯିବ ଓ ବ୍ଲକ୍ କାମ କରିବ । କିନ୍ତୁ ଏଠି ହେଡମାଷ୍ଟରଙ୍କ ଆକାଉଣ୍ଟକୁ ଯେତିକି ଅର୍ଥ ଆସିଲା, ହେଡମାଷ୍ଟରଙ୍କୁ କୁହାଗଲା ସମସ୍ତ ପଇସା, ବ୍ଲକ୍ ଆକାଉଣ୍ଟ କୁ ଦେବା ପାଇଁ। ଏଣୁ ବ୍ଲକ୍ କରିବ କାମ । ହେଲେ କାମ କଣ ହେଲା, ଅନେକ ସ୍କୁଲରେ ଥିବା ପୁରୁଣା ଡେସ୍କ ବେଞ୍ଚରେ ରଙ୍ଗ ମାରି ନୂଆ ଦର୍ଶା ଗଲା । ପୁରୁଣା ଫ୍ୟାନ୍, ଯେଉଁଠି ଭଙ୍ଗା ଦଦରା କାନ୍ଥ ରେ ରଙ୍ଗ ମାରି ବିଲ କରାଗଲା ତ କେଉଁଠି ନିମ୍ନ ମାନର ଡେସ୍କ ବେଞ୍ଚ କିଣି ବିଲ କରାଯାଇଥିବା ଅଭିଯୋଗ ହୋଇଛି ।

Comments are closed.