ତିନି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ
ବଢୁଛି ଲକ୍ଷ୍ମୀ ଯୋଜନା କଳେବର । ଜାନୁଆରୀ ୩୧ରେ ଆଉ ତିନି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ଯୋଜନା । ଢେଙ୍କାନାଳରେ ଚାଲିବ ୫୫ଟି ବସ୍ ।
ସେହିପରି ଅନୁଗୁଳରେ ୨୬ ଓ ଦେବଗଡ଼ରେ ୧୭ଟି ବସ୍ ଚାଲିବ । ପ୍ରାଥମିକ ପର୍ଯ୍ୟାୟରେ ଗାଁରୁ ବ୍ଲକ୍ ମୁଖ୍ୟାଳୟକୁ ଚାଲିବ ଲକ୍ଷ୍ମୀ ବସ୍ । ଲକ୍ଷ୍ମୀ ଯୋଜନାରେ ପୂର୍ବରୁ ୬ଟି ଜିଲ୍ଲାରେ ଗଡୁଛି ବସ୍ ।
Comments are closed.