ଆଉ ଗୋଟିଏ ମହାମାରୀକୁ ନେଇ ସତର୍କ କରାଇଲା WHO

ଆଉ ଏକ ମହାମାରୀ ନେଇ ପୁଣି ଚେତାବନୀ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ। COVID-19 ଭଳି ଭବିଷ୍ୟତରେ ଅନ୍ୟ ଏକ ଭୟଙ୍କର ମହାମାରୀ ଆସିପାରେ ବୋଲି ବିଶ୍ୱର ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ। ଏହି ଅଜଣା ରୋଗକୁ ସେମାନେ ଏକ୍ସ ନାମରେ ନାମିତ କରିଛନ୍ତି। ଡେଲି ମେଲ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି।

ରିପୋର୍ଟ ମୁତାବକ, ବ୍ରିଟେନର ଭ୍ୟାକ୍ସିନ୍ ଟାସ୍କଫୋର୍ସର ଅଧ୍ୟକ୍ଷ ଥିବା ଡେମ କେଟ୍ ବିଙ୍ଗହମ୍ ଚେତାବନୀ ଦେଇ କହିଛନ୍ତି, ପରବର୍ତ୍ତୀ ପାଣ୍ଡାମିକରେ ଅତି କମରେ ୫ କୋଟି ଲୋକଙ୍କ ଜୀବନ ଯାଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ସମ୍ଭାବ୍ୟ ମହାମାରୀକୁ “ଡିଜିଜ୍ X” ବୋଲି କହିବା ସହ ଏହା ପାଣ୍ଡାମିକ ସ୍ଥିତିରେ ଥିବା କହିଛି

WHO ତଥ୍ୟ ଅନୁଯାୟୀ, ୨୦୧୯ରେ ସୃଷ୍ଟି ହୋଇଥିବା କୋଭିଡ-୧୯ ବିଶ୍ୱରେ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଛି। “ଡିଜିଜ୍ X” COVID-19 ତୁଳନାରେ ସାତଗୁଣରୁ ଅଧିକ ମାରାତ୍ମକ ହୋଇପାରେ ବୋଲି ଡେମ କେଟ୍ ବିଙ୍ଗହମ୍ ଚେତାବନୀ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ପରବର୍ତ୍ତୀ ମହାମାରୀ ଏକ ବିଦ୍ୟମାନ ଭୂତାଣୁରୁ ଆସିପାରେ। ଅର୍ଥାତ୍ ବର୍ତ୍ତମାନ ସମୟରେ ଥିବା କିଛି ଭୂତାଣୁରୁ ସୃଷ୍ଟି ହୋଇପାରେ ଏହି ଏକ୍ସ ମହାମାରୀ।

୧୯୧୮-୧୯ ମସିହାରେ ଆସିଥିବା ମହାମାରୀକୁ ମନେ ପକାଇ ସେ କହିଛନ୍ତି, ସେତେବେଳେ ଯେପରି ୫ କୋଟି ଲୋକଙ୍କ ଜୀବନ ଯାଇଥିଲା ଆଗକୁ ଆସୁଥିବା ପାଣ୍ଡାମିକରେ ସମାନ ପରିସ୍ଥିତି ଉପୁଜିପାରେ। ସମାନ ପ୍ରକାର ଭୂତାଣୁ ଏବେ ବି ଆମ ବାୟୁମଣ୍ଡଳରେ ଅଛନ୍ତି। ଏସବୁ ଭୂତାଣୁ ଆହୁରି ଘାତକ ହୋଇପାରନ୍ତି ବୋଲି ସେ କହିଛନ୍ତି।

Comments are closed.