ଫିଲ୍ମ ଆଦିପୁରୁଷକୁ ନେପାଳରେ ବିରୋଧ
କାଠମାଣ୍ଡୁ : ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେପାଳରେ ଜୋରଦାର ବିରୋଧ କରାଯାଉଛି। ବିଭିନ୍ନ ସ୍ଥାନରେ ଫିଲ୍ମ ବିରୋଧରେ ପ୍ରଦର୍ଶନ ମଧ୍ୟ ହୋଇଛି। ଆଜି ନେପାଳ ସରକାର କାଠମାଣ୍ଡୁରେ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ କଟକଣା ଲଗାଇଛନ୍ତି।
କୌଣସି ସିନେମା ହଲ୍ ଭାରତୀୟ ଚଳଚ୍ଚିତ୍ର ଦେଖାଇ ପାରିବେ ନାହିଁ ବୋଲି ଆଜି ନିର୍ଦ୍ଦେଶ ଜାରି ହୋଇଛି । ସୀତାଙ୍କ ଜନ୍ମସ୍ଥାନକୁ ନେଇ ଚଳଚ୍ଚିତ୍ରରେ ଭୁଲ୍ ତଥ୍ୟ ଦିଆଯାଇଛି ବୋଲି ଦାବିକରି ନେପାଳରେ ବିଭିନ୍ନ ସଂଗଠନ ଆଦିପୁରୁଷକୁ ବିରୋଧ କରିଆସୁଛନ୍ତି।
Comments are closed.