ପୁଣି ୟୁକ୍ରେନ ଉପରେ ଋଷର୍ ମିଶାଇଲ ମାଡ

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବେ ବ୍ରିଟେନ ଗସ୍ତରେ ଅଛନ୍ତି। ବ୍ରିଟେନ ୟୁକ୍ରେନକୁ ଆହୁରି ଅଧିକ ୧୦୦ଟି ମିସାଇଲ ଏବଂ ଆଟାକ ଡ୍ରୋନ୍‌ ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଜେଲେନସ୍କି ଆଜି ବ୍ରିଟେନରେ ପହଞ୍ଚିବାପରେ ତାଙ୍କୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କରମର୍ଦ୍ଦନ କରି ଏବଂ ଆଲିଙ୍ଗନ କରି ସ୍ବାଗତ କରିଥିଲେ। ରୁଷ୍‌ ଆକ୍ରମଣ ପରେ ଏହା ଜେଲେନସ୍କିଙ୍କର ଦ୍ବିତୀୟ ବ୍ରିଟେନ ଗସ୍ତ। ବ୍ରିଟେନର ସମର୍ଥନ ପାଇଁ ଜେଲେନସ୍କି ଧନ୍ୟବାଦ ଜଣାଇଛନ୍ତି। ଜେଲେନସ୍କି କହିଛନ୍ତି, ଯୁଦ୍ଧ କେବଳ ୟୁକ୍ରେନର ସୁରକ୍ଷା ପ୍ରସଙ୍ଗ ନୁହେଁ ବରଂ ଏହା ସମଗ୍ର ୟୁରୋପ ପାଇଁ ଗୁରୁତ୍ବପୂର୍ଣ୍ଣ। ଅନ୍ୟପକ୍ଷେ ସୁନକ ଜେଲେନସ୍କିଙ୍କୁ କହିଛନ୍ତି, ଆପଣଙ୍କ ନେତୃତ୍ବ, ଆପଣଙ୍କ ସାହସ ଆମ ସମସ୍ତଙ୍କୁ ପ୍ରେରଣା ଦେଇଛି।

ଅନ୍ୟପକ୍ଷେ ୟୁକ୍ରେନର ଏକ ହସ୍ପିଟାଲରେ ଆଜି ରୁଷ୍‌ ମିସାଇଲ ମାଡ଼ କରିଛି। ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପୂର୍ବ ସହର ଅବଦିବକ‌ରେ ରୁଷ୍‌ ଆଜି ସକାଳେ ଆକ୍ରମଣ କରିଛି। ଡୋନବାସ ଅଞ୍ଚଳର ଏହି କ୍ଷୁଦ୍ର ସହରରେ ଆକ୍ରମଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ନାଗରିକଙ୍କୁ ଖାଲି କରାଯାଉଛି।

Comments are closed.