ଋଷକୁ ଘାରିଲାଣି ଆଉ ଏକ ଭୟ, ଜାଣନ୍ତୁ କଣ
ମସ୍କୋ : ଭାରତକୁ ନାଟୋରେ ସାମିଲ କରିବାକୁ ଆମେରିକାର ଉଦ୍ୟମ । ଚୀନ ଓ ରୁଷକୁ ଘେରିବାକୁ ଆମେରିକା ଏହି ନୂଆ ଚକ୍ରାନ୍ତ କରୁଛି ବୋଲି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି । ଚଳିତ ୟୁକ୍ରେନ ଯୁଦ୍ଧରେ ରୁଷ ସମଗ୍ର ବିଶ୍ବରେ ଏକୁଟିଆ ହୋଇଯାଇଥିବାବେଳେ ପ୍ରକୃତ ବନ୍ଧୁ ଭାବେ ଭାରତ ହିଁ ରୁଷ ପଛରେ ଛିଡ଼ା ହୋଇଛି । ଏହା ଆମେରିକାକୁ ବିବ୍ରତ କରିଛି । ଏଣୁ ଚୀନକୁ ନେଇ ଚିନ୍ତିତ ଥିବା ଭାରତକୁ ଯଦି ନାଟୋରେ ସାମିଲ କରିଦିଆଯାଏ, ତେବେ ରୁଷ ନିଜର ସବୁଠାରୁ ବଡ଼ ବନ୍ଧୁକୁ ହରାଇବାର ଆଶଙ୍କା ରହିଛି । ଏହା ହିଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସବୁଠାରୁ ଅଧିକ ବିବ୍ରତ କରିଚାଲିଛି ।
ରୁଷ ବୈଦେଶିକ ମନ୍ତ୍ରୀ ଲୋଭରୋଭ କହିଛନ୍ତି ଯେ ଦକ୍ଷିଣ ଚୀନ ସାଗରରେ ନାଟୋ ଏବେ ସକ୍ରିୟ ହୋଇଉଠିଛି । ଚୀନକୁ ଟାର୍ଗେଟ କରିବାକୁ ଏହା କରାଯାଉଛି । କିନ୍ତୁ ନାଟୋର ଏହି ଉଦ୍ୟମ ନିଆଁ ସହ ଖେଳିବା ଭଳି । ଭାରତକୁ ରୁଷ ବିରୋଧୀ ଓ ଚୀନ ବିରୋଧୀ ମେଣ୍ଟରେ ସାମିଲ କରିବାକୁ ଆମେରିକା ଉଦ୍ୟମ କରିଚାଲିଛି ।
Comments are closed.