ପୁଣି ଇସ୍ରୋ ବଡ ସଫଳତା , ଜାଣନ୍ତୁ କଣ

ନୂଆଦିଲ୍ଲୀ: ଇସ୍ରୋ’ ୮ଟି ଅତି କ୍ଷୁଦ୍ର ସାଟେଲାଇଟ୍‌ ସମେତ ୯ଟି ସାଟେଲାଇଟ୍‌ ସଫଳତାର ସହିତ ମହାକାଶକୁ ପ୍ରେରଣ କରିଛି। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍‌ ପ୍ୟାଡ୍‌ରୁ ‘ପିଏସ୍‌ଏଲ୍‌ଭି’ ରକେଟ୍‌ ଯୋଗେ ‘କରିଛି ।

‘ଓସେନ୍‌ସାଟ୍‌-୩’ ବୋଲି କୁହାଯାଉଥିବା ପ୍ରଧାନ ସାଟେଲାଇଟ୍‌ ‘ଆର୍ଥ ଅବ୍‌ଜର୍‌ଭେସନ୍‌ ସାଟେଲାଇଟ୍‌-୬’ ସମେତ ସମୁଦାୟ ୩୨୧ ଟନ୍‌ ଓଜନର ସାଟେଲାଇଟ୍‌ ସବୁକୁ ୪୪.୪ ମିଟର୍‌ ଲମ୍ବବିଶିଷ୍ଟ ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ’ ବା ରକେଟ୍‌ ଯୋଗେ ଉତ୍‌କ୍ଷେପଣ କରାଯାଇଥିଲା।

ଉପରୋକ୍ତ ୮ଟି କ୍ଷୁଦ୍ର କୃତ୍ରିମ ଉପଗ୍ରହ (ନାନୋସାଟେଲାଇଟ୍‌) ସବୁ ଘରୋଇ କମ୍ପାନି ଏବଂ ଭାରତ ଓ ଭୁଟାନ୍‌ ମିଳିତ ଭାବେ ନିର୍ମାଣ କରିଛନ୍ତି। ‘ଆର୍ଥ‌୍ ଅବ୍‌ଜର୍‌ଭେସନ୍‌ ସାଟେଲାଇଟ୍‌-୦୬’ ହେଉଛି ‘ଓସେନ୍‌ସାଟ୍‌’ ସିରିଜ୍‌ର ତୃତୀୟ-ପିଢ଼ିର ସାଟେଲାଇଟ୍‌। ସାମୁଦ୍ରିକ ଅଧ୍ୟୟନ ନିମନ୍ତେ ଏହି କୃତ୍ରିମ ଉପଗ୍ରହ ପ୍ରେରଣ କରାଯାଇଛି।

ଏହାଛଡ଼ା, ‘ପିଏସ୍‌ଏଲ୍‌ଭି-ସି-୫୪’ ମଧ୍ୟ ‘ଆନନ୍ଦ’ ନାମକ ‘ଟେକ୍ନୋଲୋଜି ଡେମୋନ୍‌ଷ୍ଟ୍ରେଟର୍‌’ ନାନୋ ସାଟେଲାଇଟ୍‌ ନେଇ ଯାଇଛି। କ୍ଷୁଦ୍ର ‘ଆର୍ଥ-ଅବ୍‌ଜର୍‌ଭେସନ୍‌’ କ୍ୟାମେରାର ସାମର୍ଥ୍ୟ ଓ ବ୍ୟାବସାୟିକ ପ୍ରୟୋଗ ପ୍ରଦର୍ଶନ କରିବା ହେଉଛି ଏହାର ଲକ୍ଷ୍ୟ।

Comments are closed.