ତାତିଲେ କାଉନସିଲର ତାଲା ପକାଇ ପୌର ପରିଷଦ ଆଗରେ ବିକ୍ଷୋଭ

ଖୋର୍ଦ୍ଧା23/11: ସ୍ଥାୟୀ ଅଧିକାରୀ ଦାବିରେ ଆଜି ଖୋର୍ଦ୍ଧା ପୌର ପରିଷଦର ଅଧ୍ୟକ୍ଷ ଓ ଅନ୍ୟ କାଉନସିଲରମାନେ ପୌର ପରିଷଦକୁ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ଦେଖାଯାଇଛି, ଏଠାରେ ପୌରଦକ୍ଷା କନକ ମହାନ୍ତିଙ୍କ କହିବା କଥା ଆଜି ଦିବା 11 ଟା ସମୟରେ ପୌର ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହେଇଥିଲା ।

ଏଥି ପାଇଁ ସମସ୍ତ କାଉନସିଲ ମାନେ ସଠିକ୍ ସମୟ ରେ ଉପାସ୍ଥିତ ହେଇଥଲେ, ବିଧାୟକ ଜିତୁ ମିତ୍ର ଓ କାଉନସିଲରମାନେ ଦେଢ଼ ଘଂଟା ଅପେକ୍ଷା କରିବା ସତେ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଅଫିସ୍ ଆସିନଥିବା ଅଭିଯୋଗ ଆଣଛନ୍ତି, ଏହା ପ୍ରତିବାଦ ସେମାନେ ପୌର ପରିଷଦ ଅଫିସ୍ ସମ୍ମୁଖରେ ଗେଟ୍ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ପ୍ରକାଶ କରୁଥିଲେ, ଏହା ସହ ଏଠାରେ ଦୀର୍ଘ ଅଢେଇ ବର୍ଷ ହେବ ସ୍ଥାୟୀ ଅଧିକାରୀ ନଥିବା ଫଳରେ ପୌର ପରିଷଦ ଉନୟନମୂଳକ ମୂଳକ କାର୍ଯ୍ୟବାଧା ପ୍ରାପ୍ତି ହେବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ତୁରନ୍ତ ସମସ୍ୟା ସମାଧାନ କରିବାକୁ ଦାବି କରିଛନ୍ତି,ଏ ବିକ୍ଷୋଭରେ କାଉନସିଲ ଅନିଲ ରାମ, ଦିଲୀପ ପରିବା, ପ୍ରବୀଣ ଜଗଦେବ ପ୍ରମୁଖ ଯୋଗଦାନ କରିଥିଲେ

Comments are closed.