କାହିଁକି ବାଇଡେନ ପସନ୍ଦ ନୁହନ୍ତି

ୱାସିଂଟନ : ଆମେରିକା ସୁପ୍ରିମ୍‌କୋର୍ଟ ପୂର୍ବରୁ ଗର୍ଭପାତ ସପକ୍ଷରେ ରହିଥିବା ଆଇନ (ରୋ ଭି ୱେଡ୍‌)କୁ ଖାରଜ କରିଦେବାରୁ ଏଥିରେ ପ୍ରତି ୧୦ରେ ୬ ଜଣ ଆମେରିକୀୟ ଅସନ୍ତୁଷ୍ଟ। ସମାନ ସଂଖ୍ୟକ ଲୋକ ଗର୍ଭପାତ ଆଇନସମ୍ମତ ହେବା ଉଚିତ ବୋଲି ମତ ଦେଇଛନ୍ତି। ପ୍ରତି ୧୦ରେ ୩ ଜଣ ଭୋଟର କହିଛନ୍ତି ଯେ ମୁଦ୍ରାସ୍ଫୀତି ଓ ଗର୍ଭପାତ ସେମାନଙ୍କ ପାଇଁ ମୁଖ୍ୟ ଚିନ୍ତାର ବିଷୟ। ପ୍ରତି ୧୦ ଜଣରେ ଜଣେ କହିଥିଲେ ଯେ ଅପରାଧ, ଆପ୍ରବାସନ ଓ ବନ୍ଧୁକ ନୀତିକୁ ନେଇ ବି ସେମାନେ ଚିନ୍ତିତ ଅଛନ୍ତି। ପ୍ରତି ୧୦ ଜଣରେ ୭ ଜଣ ଭୋଟରଙ୍କ ମତରେ ଆମେରିକାର ଗଣତନ୍ତ୍ର ବିପଦରେ ଅଛି ଏବଂ ସମାନ ସଂଖ୍ୟକ ଭୋଟର ଜୋ ବାଇଡେନଙ୍କୁ ଦ୍ବିତୀୟ ଥର ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହାନ୍ତି ନାହିଁ। ପ୍ରତି ୧୦ରୁ ୬ ଜଣ ଭୋଟର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଉପରେ ଅନୁକୂଳ ମତ ଦେଇ ନ ଥିଲେ ଏବଂ ୪ ଜଣ ସପକ୍ଷରେ ମତ ଦେଇଥିଲେ। ଅଧା ଲୋକ ବାଇଡେନଙ୍କ ଛାତ୍ର ଋଣ ଛାଡ଼କୁ ପ୍ରଶଂସା କରିଥିବା ବେଳେ ଅଧା ଲୋକ ନାପସନ୍ଦ କରିଥିଲେ।

ଆମେରିକା ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ଗୁରୁତ୍ବ ରହିଛି କାରଣ ଯିଏ ଏଥିରେ ବିଜେତା ହେବ ୪୩୫ ଆସନବିଶିଷ୍ଟ ଆମେରିକା ଲୋକସଭାରେ ଏବଂ ଖାଲି ପଡ଼ିଥିବା ୩୫ଟି ସିନେଟ ଆସନ କ୍ଷେତ୍ରରେ ତା’ର ପ୍ରାଧାନ୍ୟ ରହିବ। ଆମେରିକାରେ ବଜାର ଦର ଓ ଅପରାଧ ବୃଦ୍ଧିକୁ ନେଇ ରିପବ୍ଲିକାନମାନେ ବାଇଡେନ ପ୍ରଶାସନକୁ ସମାଲୋଚନା କରିଛନ୍ତି।

Comments are closed.