ଏବେ ଡ୍ରୋନ ଦେବ ପାଣିପାଗ ସୂଚନା

ନୂଆଦିଲ୍ଲୀ : କେନ୍ଦ୍ର ଭୂ ବିଜ୍ଞାନ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ଯେ ପାଣିପାଗର ସଠିକ ସୂଚନା ହାସଲ ପାଇଁ ପ୍ରଥମେ ବାୟୁଯାନ କିଣିବା ପାଇଁ ଯୋଜନା ରହିଥିଲା। ତେବେ ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍‌ର ବ୍ୟାପକ ବ୍ୟବହାର ପରେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଡ୍ରୋନ ଉପଯୋଗ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛି। ସର୍ବାଧିକ ୫ କିଲୋମିଟର ଉଚ୍ଚରେ ଉଡି ଡ୍ରୋନ ତତ୍କାଳିକ ପାଣିପାଗ ସଂକ୍ରାନ୍ତ ସୂଚନା ବି‌ଶ୍ଳେଷଣ କରିବାରେ ସକ୍ଷମ ହୋଇପାରିବ। ଏହା ଦ୍ବାରା ପୂର୍ବାନୁମାନ ମିସନ ଅତ୍ୟନ୍ତ ପ୍ରଭାବଶାଳୀ ହେବା ସହିତ ଏହି ପ୍ରକ୍ରିୟା ବ୍ୟୟବହୁଳ ହେବନାହିଁ ବୋଲି କେନ୍ଦ୍ର ଭୂ ବିଜ୍ଞାନ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।।

ଡ୍ରୋନ ପାଣିପାଗ ସମ୍ବନ୍ଧୀୟ ଉପକରଣ ସହ ତିନି-ଚାରି କିଲୋମିଟର ଉଚ୍ଚକୁ ଯାଇପାରିବ ଓ ପ୍ରାପ୍ତ ତଥ୍ୟକୁ ପାଣିପାଗ ବିଭାଗ ସଠିକ ଆକଳନ କରିପାରିବ। ପାଣିପାଗ ସୂଚନା ସଂଗ୍ରହ ପାଇଁ ଏବେ ଅନେକ ଦେଶ ଡ୍ରୋନ୍‌ର ଉପଯୋଗ କରୁଛନ୍ତି।

Comments are closed.