ରାହୁଲଙ୍କ ସହ ସାମିଲ ହେଲେ ମା ସୋନିଆ ଗାନ୍ଧି
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ। କର୍ଣ୍ଣାଟକର ମାଣ୍ଡ୍ୟ ଜିଲ୍ଲାରେ ପହଞ୍ଚିଥିବା ରାହୁଲଙ୍କ ନେତୃତ୍ୱାଧୀନ ଭାରତ ଯୋଡା ଯାତ୍ରାରେ ସୋନିଆ ଯୋଗ ଦେବେ। ସୋନିଆ ଏବେ ଜାକନାହଲ୍ଲୀରେ ପହଞ୍ଚିସାରିଛନ୍ତି। ଆଜି ସକାଳେ ପାଣ୍ଡବପୁରରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ସୋନିଆ ସାମିଲ ହେବେ। ପଦଯାତ୍ରା ପରେ ବ୍ରହ୍ମଦେବରାହଲ୍ଲୀ ଗ୍ରାମରେ ଏକ ସଭା ଅନୁଷ୍ଠିତ ହେବ।
ଭାରତ ଯୋଡା ଯାତ୍ରା ଗତ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇ ଶୁକ୍ରବାର କର୍ଣ୍ଣାଟକରେ ପ୍ରବେଶ କରିଛି। କର୍ଣ୍ଣାଟକରେ ଏହି ଯାତ୍ରା ୨୧ ଦିନ ଚାଲିବ ଏବଂ ୫୧୧ କିମି ଅତିକ୍ରମ କରିବ। କନ୍ୟାକୁମାରୀରୁ ଗତ ମାସ ୭ ତାରିଖରେ ଆରମ୍ଭ ହୋଇଥିବା ଯାତ୍ରା ଶୁକ୍ରବାର କର୍ଣ୍ଣାଟକରେ ପହଞ୍ଚିଥିଲା। ସୋନିଆ ପ୍ରଥମ ଥର ପାଇଁ ଏଭଳି ଯାତ୍ରାରେ ଅଂଶ ଗ୍ରହଣ କରୁଥିବା ବେଳେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଏହି ଯାତ୍ରା ଦୁଇଟି ରାଜ୍ୟ (ତାମିଲନାଡ଼ୁ, କେରଳ)ରେ କାର୍ଯ୍ୟକ୍ରମ ସଂପୂର୍ଣ୍ଣ କରିଛି। ବିଜେପି ଶାସିତ କର୍ଣ୍ଣାଟକରେ ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଯାତ୍ରାକୁ ଅଧିକ ପ୍ରଭାବୀ କରିବା ପାଇଁ କଂଗ୍ରେସ ସବୁ ପ୍ରୟାସ ଜାରି ରଖିଛି।
Comments are closed.