ଏଥର ପୂଜାରେ ଆସୁଛି ତିତଲି
ଜମିବ ପୂଜା ବଜାର | ପୂଜା ବଜାରକୁ ସରଗରମ କରିବ ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପ୍ରଡକସନର ପଞ୍ଚମ ଅବଦାନ | ଯାହାର ନାଁ ରହିଛି ତିତଲି | ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମା ସେପ୍ଟେମ୍ବର ୩୦ରେ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଛି |
ଦେବିଦତ୍ତ ମହାନ୍ତିଙ୍କ କାହାଣୀକୁ ଏସ କେ ମୁରଲୀଧରନଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ଏହି ସିନେମାଟି | ଯେଉଁଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ | ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଏଥିରେ ଦେଖିବାକୁ ମିଳିବ | ଏହା ସହ ସାମାଜିକ ଚଳଣି, ଓଡ଼ିଆ ସଂସ୍କୃତି ଓ ମୌଳିକ ଓଡ଼ିଆ କଥା ବସ୍ତୁ ସ୍ଥାନ ପାଇଛି | ପ୍ରଖ୍ୟାତ ଲେଖକ ଦେବିଦତ୍ତ ମହାନ୍ତିଙ୍କ କଲମ ଚାଳନାରେ ସିନେମା ଜୀବନ୍ତ ହୋଇଛି | ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି | ପ୍ରଣୟ ଜେଠୀ ସିନେମାର କ୍ରିଏଟିଭ ହେଡ଼ ରହିଛନ୍ତି |
ପୁର୍ବରୁ ଏହି ପ୍ରଡକସନ ବ୍ୟାନରରେ ବ୍ୟାଡ଼ ଗାର୍ଲ, ଧର୍ମ,ଭୈରବ, ଦେବଦାସ ଭଳି ସୁପରହିଟ ସିନେମା ନିର୍ମାଣ ହୋଇସାରିଥିବା ବେଳେ ପଞ୍ଚମ ଅବଦାନ ଭାବେ ବଜାରକୁ ଆସୁଛି ତିତଲି | ପୂର୍ବ ସିନେମାକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଏହି ସିନେମାକୁ ବି ସେମିତି ଭଲ ପାଇବା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି |
Comments are closed.