ସ୍ମାର୍ଟ ସିଟିର ବିଭିନ୍ନ ବାରରେ ଚଢ଼ଉ କରି ଯୁବକ-ଯୁବତୀଙ୍କୁ ତାଗିଦ କଲା ପୋଲିସ
ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି ବିଭିନ୍ନ ବାର୍ । ବାର କର୍ମଚାରୀମାନେ ଗ୍ରାହକଙ୍କୁ ଖାଦ୍ୟ ଏବଂ ମଦ ପରିବେଷଣ କରୁଛନ୍ତି । ଯାହା ସିଧାସଳଖ ପ୍ରଭାବ ପକାଉଛି ଆମ ସମାଜ ଉପରେ । ଏଥିଯୋଗୁଁ କାଲି ବିଳମ୍ବିତ ରାତିରେ ବିଭିନ୍ନ ବାରରେ ଚଢ଼ଉ କଲା ପୋଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡ । ଚଢ଼ଉ ସମୟରେ ବାର୍ ନାଚଗୀତରେ ମସଗୁଲ୍ ଥିଲେ ୧୦୦ ଅଧିକ ଯୁବକ- ଯୁବତୀ । ବାର୍ ମାଲିକ ଓ କର୍ମଚାରୀଙ୍କୁ ନେଇ ତାଗିଦ୍ କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ରାତି ପ୍ରାୟ ୧:୪୫ ସମୟରେ ରେବୋର୍ନ୍ କ୍ଲବ୍ ଏବଂ ଇନଫୋସିଟି ଥାନା ଅନ୍ତର୍ଗତ କିଚେନ୍ ଅଣ୍ଡର ବାର୍ ଚାଲୁଥିବା ବେଳେ ଚଢ଼ଉ କରିଥିଲା ପୋଲିସ । ସମୟ ସୀମା ସତ୍ତ୍ୱେ ଗ୍ରାହକମାନେ ବାର୍ ଭିତରେ ନାଚ ଗୀତରେ ମସଗୁଲ ଥିଲେ । ପରବର୍ତ୍ତୀ ସମୟରେ ପ୍ରାୟ ୨ଟା ୩୦ ରେ ଇନଫୋସିଟି ଥାନା ଅନ୍ତର୍ଗତ ହୋଟେଲ ଜୋରିସ୍ ବୋଟିକରେ ଥିବା ଟ୍ୟାପ୍ନୋଚ୍ ବାର୍ ମଧ୍ୟ ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲୁଥିବା ଦେଖିବାକୁ ମିଳିଥିଲା । ଡ୍ୟାନ୍ସ ଫ୍ଲୋର ଏବଂ ବାରରେ ୧୦୦ ରୁ ଅଧିକ ଗ୍ରାହକ ଉପଭୋଗ କରୁଥିଲେ ।
Comments are closed.