ରାହୁଲ୍ ଆସିବେ ଓଡ଼ିଶା ,କର୍ମୀଙ୍କୁ ଦେବେ ଗୁରୁ ମନ୍ତ୍ର

ଭୁବନେଶ୍ଵର, :ବିରୋଧୀଙ୍କୁ ଲକ୍ଷ୍ୟରେ ଓଡ଼ିଶା କାହା ପଲା ରହିବ ଭାରି । ନିଜ ନିଜର ଶକ୍ତି ପ୍ରଦର୍ଶନ କରି ଏନେଇ ସବୁଠି ଚର୍ଚ୍ଚା । ଡିସେମ୍ଵରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ୨୦୨୪ ମିଶନ ପାଇଁ ସାଙ୍ଗଠନିକ ସ୍ଥିତିର ସମୀକ୍ଷା ସହ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ରାହୁଲ। ତୃଣମୂଳ ସ୍ତରରେ ଦଳର ସ୍ଥିତି ମଜବୁତ ପାଇଁ କର୍ମୀଙ୍କୁ ଦେବେ ମନ୍ତ୍ର। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ପ୍ରକାଶ ଥାଉକି, ୨୦୨୪ ମିଶନ ପାଇଁ ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସ। ତୃଣମୂଳ ସ୍ତରରେ ଦଳକୁ ନଜବୁତ କରିବା ପାଇଁ ଏହି ଯାତ୍ରାରେ ବାହାରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ୧୫୦ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଏକ କଣ୍ଟେନରରେ ରହିବେ। କଂଗ୍ରେସର ‘ଭାରତ ଯୋଡ ଯାତ୍ର’ କନ୍ୟାକୁମାରରୁ କାଶ୍ମୀର ପର୍ଯ୍ୟନ୍ତ ହେବ। ୩୫୦୦ କିଲୋମିଟରର ଏହି ଯାତ୍ରା ୧୨ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ରାଜ୍ୟ ପର୍ଯ୍ୟନ୍ତ ଯିବ।

Comments are closed.