ମହଙ୍ଗା ପଡ଼ିଲା ଗର୍ଭପାତ ଓ ଲିଙ୍ଗ ନିରୁପଣ, ଡ଼ାକ୍ତରାଣୀଙ୍କୁ ଦଣ୍ଡାଦେଶ
ଭୁବନେଶ୍ୱର: ୯ହଜାର ଟଙ୍କା ଜୋରିମାନା ସହିତ ଅଢେ଼ି ବର୍ଷ ଜେଲ ଦଣ୍ଡ ପାଇବେ ଡାକ୍ତରାଣୀ । ଭଗବାନଙ୍କର ଏକ ରୂପ ବୋଲି କୁହାଯାଏ ଡ଼ାକ୍ତରମାନଙ୍କୁ । ହେଲେ ଏଠାରେ ଜଣେ ଡାକ୍ତରାଣୀଙ୍କୁ ଦଣ୍ଡାଦେଶ ଦେଇଛି ଭୁବନେଶ୍ୱର ଜେଏମଏଫସି କୋର୍ଟ । ମହଙ୍ଗା ପଡ଼ିଲା ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୁପଣ । ଦୋଷୀ ସାବ୍ୟସ୍ତ ପରେ ଡାକ୍ତରାଣୀ ନବନୀତା ପାଢୀଙ୍କୁ ଅଢେଇ ବର୍ଷ ଦଣ୍ଡାଦେଶ ପ୍ରଦାନ କରିଛନ୍ତି କୋର୍ଟ । ଏହା ସହିତ ୯ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାରେ ୭ଜଣ ସାକ୍ଷୀ ଓ ୧୪ ଦସ୍ତାବିଜ ପ୍ରମାଣ ଆଧାରରେ ରାୟ ଶୁଣାଇଛନ୍ତି କୋର୍ଟ । ୨୦୧୯ ମସିହାରେ ଜୟଦେବ ବିହାରରେ ଥିବା ଏକ କ୍ଲିନିକରେ ବେଆଇନ ଗର୍ଭପାତ ଓ ଲିଙ୍ଗ ନିରୁପଣ ହେଉଥିବା ଜଣାପଡ଼ିଥିଲା ।
ଚଢାଉ କରି କ୍ଲିନିକକୁ ସିଲ୍ କରିଥିଲା ପ୍ରଶାସନ । ଗୁରୁବାର ଏହି ମାମଲାକୁ ନେଇ କୋର୍ଟ ରାୟ ଶୁଣାଇଛନ୍ତି ।
Comments are closed.