ପେଟ ପାଖରେ ସାପ, ଝିଟିପିଟିଙ୍କୁ ପ୍ୟାକିଂ କରି ଚାଲାଣ
ସରୀସୃପ ଚାଲାଣ ଧିରେ ଧିରେ ବଢ଼ିବାରେ ଲାଗିଛି । ଦେଶ ଛାଡ଼ି ଏହାର ଚେର ବିଦେଶକୁ ଲମ୍ବିଲାଣି । ଏହା ଆମ ଦେଶ ଭାରତରେ ବହୁତ ଆଇନ କାନୁନ ସତ୍ତେ୍ୱ ଦୋଷୀକୁ ଦଣ୍ଡ ମିଳୁନି । କିନ୍ତୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ସରୀସୃପ ଚାଲାଣ କରି ଦଣ୍ଡ ଭୋଗିବାକୁ ପଡ଼ିଛି ୨୦ ବର୍ଷ ।
ଘଟଣାଟି ଘଟିଛି ଆମେରିକା କାଳିଫର୍ଣ୍ଣିଆ ଠାରେ । କାଳିଫର୍ଣ୍ଣିଆ ବାସିନ୍ଦା ମେନୁଏଲ୍ ପରେଜ । ସେ ଶିଳ୍ପପତି କିମ୍ବା ଉଚ୍ଚପଦାଧିକାରୀ ନୁହଁନ୍ତି, କେବଳ ଚୋରାଚାଲାଣ କରିବା କାରଣରୁ ସେ ଏବେ ଖବରର ଶୀର୍ଷରେ ଅଛନ୍ତି । କେଇ ସପ୍ତାହ ତଳେ ତାଙ୍କ ଭଉଣୀକୁ ଭେଟିବାକୁ ପାଖ ସହରକୁ ଆସିଥିଲେ । ତେବେ ମୁଖ୍ୟ ଉଦ୍ଦେଶ୍ୟ କିଛି ଅଲଗା ଥିଲା ।
ସହର ପାଖ ଜଙ୍ଗଲରୁ ସରୀସୃପ ନେଇ ସେମାନଙ୍କୁ ଚୋରାଚାଲାଣ କରିବା । ପାଖାପାଖି ୧୭୦୦ସରୀସୃପ ଦୁଇ ଭାଇଭଉଣୀ ସଂଗ୍ରହ କଲେ । ସେଥିରେ ସାପ, ଝିଟିପିଟି, ବିଛା, ଏଣ୍ଡୁଅ ଆଦି ପ୍ରାଣୀ ଥିଲେ । ମେନୁଏଲ୍ ତାଙ୍କ ପୋଷାକ ଭିତରେ ପେଟ ପାଖରେ ସାପ, ଝିଟିପିଟିଙ୍କୁ ପ୍ୟାକିଂ କରିନେଉଥିଲେ । ଆମେରିକା ପୁଲସର ସନ୍ଦେହପୂର୍ଣ୍ଣ ଦୃଷ୍ଟିରୁ ସେ ବର୍ତ୍ତିବା ଆଦୌ ସହଜ ନଥିଲା । ଏହି ସରୀସୃପଙ୍କ ମୂଲ୍ୟ ବିଶ୍ୱବଜାରରେ ୫କୋଟିରୁ ଅଧିକ ହେବ । ମେନୁଏଲ୍ ସେଠାକା କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ହୋଇପାରେ ।
Comments are closed.