ଘନାଉଛି ସୋନାଲିଙ୍କ ମୃତ୍ୟୁ ରହସ୍ୟ

ବିଜେପି ନେତ୍ରୀ ତଥା ପୂର୍ବତନ ବିଗବସ ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ରହସ୍ୟ ଘନାଇବାରେ ଲାଗିଛି । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସୋନାଲିଙ୍କ ଭାଇ ।

ସୋନାଲିଙ୍କ ଭାଇ କରିଥିବା ଅଭିଯୋଗ ଅନୁଯାୟୀ, ସୋନାଲିଙ୍କ ପିଏ ସୁଧୀର ସଙ୍ଗୱାନ ଓ ତାଙ୍କର ଜଣେ ବନ୍ଧୁ ସୁଖୱିନ୍ଦର ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଛନ୍ତି । ସୁଧୀର ଓ ତାଙ୍କ ବନ୍ଧୁ ମିଶି ସୋନାଲିଙ୍କ ଖାଦ୍ୟରେ ନିଶା ମିଶାଇ ତାଙ୍କୁ ଦୁଷ୍କର୍ମ କରି ଏହାର ଏକ ଭିଡ଼ିଓ ବନାଇଥିଲେ ।ଏହି ଭିଡ଼ିଓକୁ ନେଇ ସେମାନେ ସୋନାଲିଙ୍କୁ ବ୍ଲାକମେଲ କରିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି ।

ଏହାସହିତ ସୋନାଲିଙ୍କ ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ଅଛି ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି ।

Comments are closed.