ଭୋଟରଙ୍କୁ ନେଇ ରାଜନୀତି,ଏକାଠି ହେଲେ ବିରୋଧୀ

ଜମ୍ମୁ: କଶ୍ମୀରରେ ଅଣକଶ୍ମୀରୀମାନଙ୍କୁ ଭୋଟ ଦେବା ପ୍ରସଙ୍ଗରେ ଆଜି ବିରୋଧୀ ଦଳ ଏକାଠି ହୋଇଥିଲେ । ଏଥିରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫତିଙ୍କ ସମେତ ଆହୁରି ଅନେକ ଦଲରେ ନେତା ମଧ୍ୟ ସାମିଲ ହୋଇଥିଲେ । ସେପ୍ଟେମ୍ବରରେ ଆମେ ଜମ୍ମୁ କାଶ୍ମୀରକୁ ସମସ୍ତ ଜାତୀୟ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିବୁ ଏବଂ ଆମର ସମସ୍ୟା ସେମାନଙ୍କ ଆଗରେ ରଖିବୁ ବୋଲି ବୈଠକ ପରେ କହିଛନ୍ତି ଫାରୁକ ଅବଦୁଲ୍ଲା। ନୂତନ ଭୋଟରଙ୍କ ପଞ୍ଜୀକରଣ ବିଷୟରେ ଆଲୋଚନା ପାଇଁ ଆଜି ଫାରୁକ୍ ଅବଦୁଲ୍ଲା ଘରେ ଏହି ସର୍ବଦଳୀୟ ବୈଠକ ଡକାଇଯାଇଥିଲା । ବୈଠକରେ ସାମିଲ ସମସ୍ତ ଦଳ ଏହି ନୂତନ ନିୟମକୁ ବିରୋଧ କରିଥିଲେ। ଏହି ପ୍ରସଙ୍ଗରେ ଆମେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚିନ୍ତା କରୁଥିବା ଫାରୁକ ଅବଦୁଲ୍ଲା କହିଛନ୍ତି ।

ଜମ୍ମୁ-କଶ୍ମୀରରେ ଚଳିତ ବର୍ଷ ହୋଇପାରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଥିଲେ। ଜମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ହୃଦେଶ କୁମାରଙ୍କ ସୂଚନା ମୁତାବକ, କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକେ ମଧ୍ୟ ଏଠିକାର ନିର୍ବାଚନରେ ନିଜର ମତଦାନ କରିପାରିବେ । ତେଣୁ ସେମାନେ ଏଠାରେ ନିଜର ଭୋଟର ଲିଷ୍ଟ ତିଆରି କରି ଭୋଟ ଦେଇପାରିବେ । ଏଥିପାଇଁ ସେମାନଙ୍କୁ କୌଣସି ଆବାସ ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ ।

Comments are closed.