କେଜ୍ରିୱାଲ ନୋବେଲ ପୁରସ୍କାର ପାଇବା କଥା,ଜାଣନ୍ତୁ କିଏ କାହିଁକି କହିଲେ

ନୂଆଦିଲ୍ଲୀ: ‘ନୂଆଦିଲ୍ଲୀର ସରକାରୀ ସ୍କୁଲରେ ବ୍ୟାପକ ସଂସ୍କାର ଆଣିଛନ୍ତି ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିଆ । ଯାହା ବିଗତ ୭୦ ବର୍ଷରେ ଅନ୍ୟ ଦଳମାନେ କରିପାରି ନାହାନ୍ତି। ଏପରି ବ୍ୟକ୍ତି ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ। ସାରା ଭାରତର ଶିକ୍ଷା ବ୍ୟବସ୍ଥା ତାଙ୍କ ହାତକୁ ଦିଆଯିବା ଉଚିତ୍। କିନ୍ତୁ ଏହା ବଦଳରେ ସେମାନେ ତାଙ୍କ ଉପରେ ସିବିଆଇ ରେଡ୍‌ କରୁଛନ୍ତି।’ ମନିଷ ସିସୋଦିଆଙ୍କ ଉପରେ ସିବିଆଇ ରେଡ ଜୋର ଧରିଥିବା ବେଳେ ତାଙ୍କୁ ପ୍ରଶଂସାରେ ପୋତି ଏପରି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ଆବାହକ ଅରବିନ୍ଦ କେଜ୍ରିୱାଲ ।

ମନିଷ ସିସୋଦିଆଙ୍କୁ ଆଖିବୁଜା ସମର୍ଥନ ଓ ପ୍ରଶଂସା କରି ବିଜେପି ଟାର୍ଗେଟକୁ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଥର କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ବିଏଲ୍‌ ସନ୍ତୋଷ ।

ଆମ୍ ଆଦମୀ ପାର୍ଟିକୁ ଅରାଜକତାବାଦୀ ପାର୍ଟି ବୋଲି କହିବାକୁ ସେ ପଛାଇ ନାହାନ୍ତି। ଏଥିସହ ଟ୍ୱିଟ କରି କହିଛନ୍ତି, ସତ୍ୟନ୍ଦ୍ର ଜୈନଙ୍କ ପାଇଁ ପଦ୍ମଭୂଷଣ, ମନୀଷ ସିସୋଦିଆଙ୍କ ପାଇଁ ଭାରତ ରତ୍ନ ଏବଂ ନିଜ ପାଇଁ ନୋବେଲ ପୁରସ୍କାର । ଠିକ୍ ଦିଗରେ ଗତି କରୁଛନ୍ତି ଆପ୍‌ ନେତା ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କହିଥିଲେ ଯେ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଭାରତର ରତ୍ନ ପାଇବାକୁ ଯୋଗ୍ୟ, ବିଦ୍ୟାଳୟରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବା କଥା । କିନ୍ତୁ ଏହା ବଦଳରେ କେନ୍ଦ୍ର ତାଙ୍କୁ ହଇରାଣ କରୁଛି। ଅବକାରୀ ପଲିସିରେ ଅନିୟମିତତା ଅଭିଯୋଗରେ ସିସୋଦିଆ ଏବେ ସିବିଆଇ ସ୍କାନରରେ ଅଛନ୍ତି।

Comments are closed.