ବିଗବସ୍ ଫେମ୍ ସୋନାଲୀ ଫୋଗଟଙ୍କ ମୃତ୍ୟୁ
ହରିୟାଣାର ବିଜେପି ନେତା ତଥା ବିଗ୍ ବସ୍ ଫେମ୍ ସୋନାଲୀ ଫୋଗଟଙ୍କ ମୃତ୍ୟୁ ହୋଇଛି। ସୋମବାର ରାତିରେ ଗୋଆରେ ହାର୍ଟ ଆଟାକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ତାଙ୍କ ବିୟୋଗରେ କୋଟି କୋଟି ଫ୍ୟାନ୍ସ ଶୋକରେ ରହିଛନ୍ତି। ତେବେ ମୃତ୍ୟୁ ପଛରେ ଆଉ କ’ଣ କାରଣ ରହିଛି, ତାହା ଏଯାଏଁ ଜଣାପଡିନାହିଁ। ସୋନାଲୀଙ୍କ ମୃତ୍ୟୁ ବିଷୟରେ ଗୋଆ ଡିଜିପି ଜଣାଇଛନ୍ତି। କେବଳ ଏତିକି ନୁହେଁ ସୋନାଲୀ ଟିକଟକ୍ ଆପରେ ବେଶ୍ ଲୋକପ୍ରିୟ ରହିଥିଲେ।
ସୋନାଲୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପାଖାପାଖି ୧୩ ଘଣ୍ଟା ପୂର୍ବରୁ ଏକ ଭିଡିଓ ଅପଲୋଡ କରିଥିଲେ। ଗୋଆରେ ଥିବା ବେଳେ ଏହି ଭିଡିଓ ଇନଷ୍ଟାରେ ସେୟାର କରିଥିଲେ ସୋନାଲୀ।
Comments are closed.