ମନିଶଙ୍କ ଘରେ CBI

ନୂଆଦିଲ୍ଲୀ: ଅବକାରୀ ପଲିସି ପାଳନ ଅନିୟମିତତା ଅଭିଯୋଗରେ ଆଜି ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆଙ୍କ ବାସଭବନରେ ରେଡ୍‌ କରିଛି। ଏଥିସହ ଦିଲ୍ଲୀର ୨୧ଟିସ୍ଥାନରେ ଚଢ଼ଉ କରିଛି ସିବିଆଇ। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ସିବିଆଇ ମନିଶ ସିଶୋଦିଆଙ୍କ ବିରୋଧରେ ଏତଲା ରଜୁ କରିଛି। ଏତଲାରେ ୪ ଜଣ ସରକାରୀ କର୍ମଚାରୀଙ୍କ ନାଁ ରହିଛି। ସିବିଆଇର ଏହି ଆକ୍ସନ୍‌ ପରେ ଇଡି ମଧ୍ୟ ସିଶୋଦିଆଙ୍କୁ ଘେରିବା ନେଇ ଚର୍ଚ୍ଚା ହେଉଛି। ସିବିଆଇ ଚଢ଼ଉକୁ ଆଧାର କରି ଇଡି ସିଶୋଦିଆଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିପାରେ। ଏହା ପରେ ଇଡି ମଧ୍ୟ ସର୍ଚ୍ଚ କରିପାରେ। ସେପଟେ ଏହି ଘଟଣାକୁ ନେଇ ରାଜନୀତିକ ବୟାନବାଜି ଜାରି ରହିଛି। ବିଜେପି-ଆପ ମୁହାଁମୁହିଁ ହୋଛନ୍ତି। ବିଜେପି ଅବକାରୀ ପଲିସିକୁ ନେଇ ଦୁର୍ନୀତି ଅଭିଯୋଗ ଆଣିଥିବା ବେଳେ ଆପ ଜବାବ ଦେଇଛି।

ଆପ କହିଛି ଯେ, ଦିଲ୍ଲୀରେ ଆପ ସରକାରଙ୍କ ଏଜୁକେଶନ ମଡେଲ ସଫଳତାକୁ ବିଜେପି ସହ୍ୟ କରିପାରୁ ନାହିଁ । ଏଣୁ ଆପକୁ ବଦନାମ କରିବା ପାଇଁ କେନ୍ଦ୍ର ସରକାର ଏଭଳି ଆକ୍ରମଣ କରୁଛନ୍ତି । ସେହିପରି ଆମ ସହିତ ଭଗବାନ ଅଛନ୍ତି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ କହିଛନ୍ତି ।

Comments are closed.