୭୫ ବର୍ଷରେ ଜନ୍ମ ଦେଲେ ପୁତ୍ର ସନ୍ତାନ
ରାଜସ୍ଥାନ: ବିବାହର ୫୬ ବର୍ଷ ପରେ ବାପା-ମା’ ହେବାର ସୁଖ ପାଇଲେ ଦମ୍ପତି। ରାଜସ୍ଥାନର ଅଲବର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ନିଆରା ମାମଲା, ଯାହା ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି। ସବୁଠୁ ବଡ଼ କଥା ହେଉଛି, ଯେଉଁ ଦମ୍ପତିଙ୍କ ଘରେ ପିଲା ଜନ୍ମ ନେଇଛି ତାଙ୍କ ବାପାଙ୍କ ବୟସ ୭୫ ବର୍ଷ ଓ ମା’ଙ୍କ ବୟସ ୭୦ ବର୍ଷ। ରିପୋର୍ଟ ମୁତାବକ, ରାଜ୍ୟର ଏହା ଏଭଳି ଏକମାତ୍ର ମାମଲା, ଯେଉଁଠି ପରିଣତ ବୟସରେ ଦମ୍ପତି ବାପା-ମା’ ହୋଇଛନ୍ତି।
ସୂଚନା ମୁତାବକ, ମା’-ବାପା ବନିଥିବା ଏହି ଦମ୍ପତି ଝୁନ୍ଝୁନୁଂର ବାସିନ୍ଦା। ସ୍ୱାମୀ ଗୋପୀଚନ୍ଦ ଜଣେ ଅବସରପ୍ରାପ୍ତ ସୈନିକ। ଗୋପୀଚନ୍ଦ କହିଛନ୍ତି, ସେ ନିଜ ବାପା ନୈନୁ ସିଂହଙ୍କ ଏକମାତ୍ର ସନ୍ତାନ। ତେବେ ସେ ବହୁତ ଖୁସି ଅଛନ୍ତି ଯେ ଏବେ ତାଙ୍କ ବଂଶ ଆଗକୁ ବଢ଼ିପାରିବ।
Comments are closed.