ଚୋରଙ୍କ ଅଜବ କାରନାମା, ଗାଁ କୁ ଯିବାକୁ ଉଠେଇନେଲେ ବସ

ହାଇଦ୍ରାବାଦ: ଘରେ ପହଞ୍ଚିବା ପାଇଁ ଚୋରି କଲେ ବସ୍। ଆନ୍ଧ୍ର ପ୍ରଦେଶ ଭିଜାନଗରମ୍ ଜିଲ୍ଲାରୁକୁ ଆସିଛି ଏହି ଅଜବ ଘଟଣା। ଜଣେ ବ୍ୟକ୍ତି ନିଜ ଗାଁକୁ ଯିବା ପାଇଁ ଆନ୍ଧ୍ର ପ୍ରେଦେଶ ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କୋର୍ପରେସନ୍ (APSRTC)ର ପାଲାକୋଣ୍ଡା ଡିପୋରୁ ଏକ ବସକୁ ଚୋରି କରିଛନ୍ତି ।ଗତ ସୋମବାର ସିକାକୁସମ ଜିଲ୍ଲାର ଭଙ୍ଗରା ମଣ୍ଡଲ ହେଡକ୍ୱାଟରଠାରେ ଡ୍ରାଇଭର ଜଣକ ବସକୁ ପାର୍କିଂ କରିଥିଲେ। ଯାହା ପରେ ବସ ଚୋରି ହୋଇଥିବା ସୂଚନା ମିଳିଛି ।

ପୁଲିସ ରିପୋର୍ଟ ଅନୁଯାୟୀ, ଏହା ହେଉଛି ଏକ ସ୍କୁଲ ବସ୍‌।  ଏହି ବସଟି  ଛାତ୍ରଛାତ୍ରୀ ରାଜାମରୁ ଗାଁରୁ ନେଇ ଭଙ୍ଗରାକୁରେ ପହଞ୍ଚିଥିଲା। ବସ୍ ଡ୍ରାଇଭର ବସକୁ ପାର୍କିଂ କରି ପଳାଇଥିଲେ। ହେଲେ ସକାଳେ ଆଉ ବସ ସେଠାରେ ନଥିଲା। ଯାହାକୁ ନେଇ ସେ ଡିପୋ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ ଗାଡ଼ିର କୌଣସି ପତ୍ତା ମିଳିନଥିଲା।

Comments are closed.