ମା’ ପୁଅ ଏକାଠି ପାସ୍ କଲେ ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷା
ନୂଆଦିଲ୍ଲୀ: ମା’ ପୁଅ ଏକ କାଳୀନ ପାସ୍ କରିଥିଲେ କେରଳ ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷା। ମା’ର ବୟସ ୪୨ ହୋଇଥିବା ବେଳେ ପୁଅର ବୟସ ୨୪। କେରଳର ଏହି ମା’, ପୁଅ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛନ୍ତି ଏବଂ ସ୍ଥାନୀୟ ଗଣମାଧ୍ୟମର ସିରୋନାମା ମଣ୍ଡନ କରିଛନ୍ତି। ମା’ ପୁଅଙ୍କ ଏହି ସଫଳତା କାହାଣୀ ସମସ୍ତଙ୍କ ପାଟିରେ ସ୍ଫୁରିତ ହେଉଛି। ମଗଲପୁରମର ଏହି ମହିଳାଙ୍କ ନାମ ବିନ୍ଦୁ ଓ ତାଙ୍କ ପୁଅଙ୍କ ନାମ ବିବେକ।
ଖବର ମୁତାବକ, ବିବେକ ଯେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ତାଙ୍କ ମା’ଙ୍କୁ ପବ୍ଲିକ୍ ସର୍ଭିସ କମିଶନ ପରୀକ୍ଷା ଦେବା ନିମନ୍ତେ ପ୍ରସ୍ତୁତି କରିବାକୁ ବାରମ୍ବାର କହୁଥିଲା। ପୁଅ ଠାରୁ ପ୍ରେରଣା ପାଇ ମା’ ପରୀକ୍ଷା ଦେବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲେ। ପରେ ଏହି ପରୀକ୍ଷା ନିମନ୍ତେ ଉଭୟ ମା, ପୁଅ କୋଚିଂ ଯିବା ଆରମ୍ଭ କରିଥିଲେ।
Comments are closed.