କାହିଁକି ମମତା , ସରତ ପାୱାରଙ୍କୁ ଏମିତି କହିଲେ ଉଦ୍ଧବ

ମୁମ୍ବାଇ: ସିଧାସଳଖ ନ ହେଲେ ମଧ୍ୟ ଏନସିପି ସୁପ୍ରିମୋ ଶରତ ପାୱାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ସେ ଦଳର ମୁଖପତ୍ର ‘ସାମନା’ ଜରିଆରେ ତାଙ୍କ ସହଯୋଗୀ ଏନସିପିଙ୍କୁ ବାଣ ମାରିଛନ୍ତି। ଗତ ସପ୍ତାହରେ କଂଗ୍ରେସ ପକ୍ଷରୁ ମୁଦ୍ରାସ୍ଫୀତି, ଜିଏସଟି ଓ ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ କରିଥିଲେ। ହେଲେ ଏହି ବିକ୍ଷୋଭରେ ଏନସିପି କିମ୍ବା କୌଣସି ବିରୋଧୀ ଦଳ ସାମିଲ ହୋଇ ନଥିଲେ। ଏହାକୁ ନେଇ ଉଦ୍ଧବ ଠାକରେ ସାମନାରେ ସମ୍ପାଦକୀୟ ଲେଖି ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି।

ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ। ହେଲେ ଶିବସେନାର ୪୦ ଜଣ ବିଧାୟକଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ। ସରକାର ଭାଙ୍ଗିବା ପରେ ମଧ୍ୟ ଏନସିପି-ଶିବସେନା ଓ କଂଗ୍ରେସ କରିଥିବା ଏମଭିଏ ମେଣ୍ଟ ଅତୁଟ ରହିଛି। ହେଲେ ଏବେ ଉଦ୍ଧବ ଠାକରେ ସାମନାର ସମ୍ପାଦକ ହେବା ପରେ ଏନସିପି ଓ ମମତାଙ୍କୁ ଟାର୍ଗେଟ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ସଞ୍ଜୟ ରାଉତ ସାମନାର ସମ୍ପାଦକ ଥିଲେ। ହେଲେ ସେ ଇଡି ଦ୍ୱାରା ଗିରଫ ହେବାକୁ ଉଦ୍ଧବ ଏହି ଦାୟିତ୍ୱ ନେଇଛନ୍ତି।

୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ ରାଉତ
ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ଶେଷ…
ସେ ଦାୟିତ୍ୱ ନେବା ପରେ ନିଜ ସମ୍ପାଦକୀୟରେ ଲେଖିଛନ୍ତି ଯେ “କେନ୍ଦ୍ର ସରକାର ଇଡି ଓ ସିବିଆଇ ଦ୍ୱାରା ବିରୋଧୀ ଦଳଗୁଡ଼ିକର ନେତାମାନଙ୍କୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ବିରୋଧୀ ଦଳଗୁଡ଼ିକ କଂଗ୍ରେସର ବିକ୍ଷୋଭରୁ ନିଜକୁ ଦୂରେଇ ରଖିବା ଓ ଏହାକୁ ଅଲଗା ନଜରରେ ଦେଖିବା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ।”

Comments are closed.