ଗୋଟିଏ ପରେ ଗୋଟିଏ ସ୍ବର୍ଣ୍ଣ ଭେଟି ଦଉଛି ଭାରତ
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ଗୋଲ୍ଡେନ୍ ଡେ’। ଗୋଟିଏ ଦିନରେ ୪ଟି ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ସମେତ ମୋଟ ୧୪ଟି ମେଡାଲ୍ ହାତେଇଛି ଭାରତ। ଯାହା ଚଳିତ କମନ୍ୱେଲ୍ଥ ଗେମ୍ସରେ ଦିନକରେ ଏତେ ସଂଖ୍ୟକ ପଦକ ଜିତିବାରେ ପ୍ରଥମ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ନବମ ଦିନରେ ଭାରତକୁ କୁସ୍ତିରେ ୩ଟି ଏବଂ ଟେବୁଲ ଟେନିସ୍ରେ ଗୋଟିଏ ସ୍ୱର୍ଣ୍ଣ ମିଳିଛି। ୫୩ କେଜି ବର୍ଗ ମହିଳା କୁସ୍ତିରେ ଭିନେଶ ଫୋଗଟ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଲଗାତାର ଭାବେ ତିନୋଟି କମନ୍ୱେଲ୍ଥ ଗେମ୍ସରେ ଗୋଲ୍ଡ ମେଡାଲ୍ ହାସଲ କରିଛନ୍ତି ଭିନେଶ୍। ୨୦୧୪ ଗ୍ଲାସଗୋ, ୨୦୧୮ ଗୋଲ୍ଡ କୋଷ୍ଟ ଏବଂ ୨୦୨୨ ବର୍ମିଂହାମ୍ରେ ବି ସ୍ୱର୍ଣ୍ଣ ହାସଲ କରିଛନ୍ତି ସେ। ଖାଲି ଏତିକି ନୁହେଁ ଭିନେଶ, ଭାରତର ପ୍ରଥମ ମହିଳା କୁସ୍ତି ଯୋଦ୍ଧା ଯିଏ କମନେୱେଲଥ୍ ଓ ଏସିଆନ୍ ଗେମସ୍ରେ ସ୍ୱର୍ଣ୍ଣ ପଦକକୁ ନିଜ ନାଁରେ କରିଛନ୍ତି।
Comments are closed.