କରୋନା ସଂକ୍ରମଣ ବଢୁଥିବାରୁ ୫ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର
ନୂଆଦିଲ୍ଲୀ: ଦେଶର କିଛି ପ୍ରାନ୍ତରେ ଏବେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢ଼ିବା ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦିଲ୍ଲୀ, ଓଡ଼ିଶା ଓ ଅନ୍ୟ ୫ଟି ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ସଂକ୍ରମଣ ବଢ଼ୁଥିବାରୁ ଏହି ସବୁ ରାଜ୍ୟଗୁଡ଼ିକୁ ଟେଷ୍ଟିଂ ବୃଦ୍ଧି କରିବା ସହ କୋଭିଡର ଉଚିତ ବ୍ୟବହାର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଟିକାକରଣ ହାରକୁ ମଧ୍ୟ ବଢ଼ାଇବା ପାଇଁ କେନ୍ଦ୍ର ସରକାର କହିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦିଲ୍ଲୀ, କେରଳ, କର୍ଣ୍ଣାଟକା, ଓଡ଼ିଶା, ତାମିଲନାଡୁ ଓ ତେଲେଙ୍ଗାନା ସରକାରଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ ଆଗକୁ ପାର୍ବଣ ଆସୁଥିବା ବେଳେ ବିଭିନ୍ନ ଜନଗହଳୀପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ ହେବାର ଅଛି। ଏହି ସମୟରେ କୋରାନ ସହ ଅନ୍ୟ ସଂକ୍ରାମକ ରୋଗ ବ୍ୟାପୀବାର ଯଥେଷ୍ଟ ଆଶଙ୍କା ରହିଛି। ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାରେ ପର୍ଯ୍ୟାପ୍ତ ସଂଖ୍ୟାରେ ଟେଷ୍ଟିଂ କରାଯାଉ।
Comments are closed.