ଦିବ୍ୟାଙ୍ଗ ପୁଅକୁ ମାରିଦେଲେ ବାପା ମା

ବାଲେଶ୍ୱର : ଦିବ୍ୟାଙ୍ଗ ପୁଅ ସାଜିଲା ବୋଝ। ତାକୁ ରାସ୍ତାର କଣ୍ଟା ଭାବିଲା ବାପା । ଏପରିକି ସାବତ ମା’ ସହ ମିଶି ଜୀବନରୁ ମାରିବାକୁ ଯୋଜନା ବି ପ୍ରସ୍ତତ କଲେ। ଶେଷରେ ତଣ୍ଟି  ଚିପି ପିଲାଟିର ହତ୍ୟା କରି ଜୋରରେ ଫୋପାଡ଼ି ଦେଲେ। ଏଭଳି ଅଭାବନୀୟ କାଣ୍ଡ ଗତକାଲି ବାଲେଶ୍ୱର ଜିଲ୍ଲା ସିଜୁଆଡି ଗାଁରେ ଘଟିଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫଦ୍ୱୟ ହେଲେ ଗଣେଶ ଜେନା ଓ ତାଙ୍କ ଦ୍ୱିତୀୟ ପତ୍ନୀ ପୂଜା ଜେନା ।

ବାଲେଶ୍ୱର ଜିଲ୍ଲା ଚାନ୍ଦମାରିରେ ଭଡ଼ାରେ ରହୁଥିଲେ ଗଣେଶ ଓ ତାଙ୍କ ପତ୍ନୀ ପୂଜା । ଗଣେଶ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ଏକ ୧୨ ବର୍ଷର ପୁଅ ଅଛି। ସେ କିନ୍ତୁ ଜନ୍ମରୁ ଭିନ୍ନକ୍ଷମ । ଏହି ପୁଅ ଗଣେଶ ଓ  ପୂଜାଙ୍କ ନିକଟରେ ରହୁଥିବା ବେଳେ ତାକୁ କିନ୍ତୁ ଉଭୟ ସହ୍ୟ କରିପାରୁ ନ ଥିଲେ। ପିଲାଟି ଦିବ୍ୟାଙ୍ଗ ହୋଇଥିବାରୁ ତାକୁ ଉଭୟ ବୋଝ ବୋଲି ଭାବୁଥିଲେ।

Comments are closed.