ବିଦ୍ୟାଳୟରେ ୪୧ ଜଣ କରୋନା ପଜିଟିଭ
ରାୟଗଡ଼ା : ରାୟଗଡ଼ାର ଏକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ପରେ ସ୍କୁଲରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏନେଇ ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ଏହି ସ୍କୁଲରେ ମୋଟ ୩୪୦ ଛାତ୍ରୀ ପାଠପଢ଼ନ୍ତି।
ଏଠାରେ ଗତ ବୁଧବାର ୧୨ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୨୯ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ସମସ୍ତ ଛାତ୍ରୀମାନଙ୍କୁ ସ୍କୁଲ ପରିସର ଏକ ହଲ୍ରେ କରାଯାଇଥିବା ସଂଗରୋଧ ଶିବିରରେ ରଖାଯାଇଛି। ପଜିଟିଭ ଚିହ୍ନଟ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସୂଚନା ମିଳିଛି।
Comments are closed.