ଟ୍ରକ ଚଢାଇ ମା, ଝିଅଙ୍କୁ ହତ୍ୟା
ଯାଜପୁର : ଦୁର୍ଘଟଣାରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇନାହିଁ, ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି! ଟ୍ରକ୍ ମଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବୁଧବାର ଅପରାହ୍ନରେ ୫୩ ନମ୍ୱର ଜାତୀୟ ରାଜପଥ(ଏନ୍ଏଚ୍)ରେ ଟ୍ରକ୍ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟଣାରେ ଆସିଛି ଏମିତି ଚାଞ୍ଚଲ୍ୟକର ତଥ୍ୟ। ପୁଲିସ୍ ନିଜ ଆଡୁ ହତ୍ୟା ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛି।
ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟା କାମ ସାରି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ(୪୭) ଓ ଝିଅ ଲିପିକା ଚକ୍ରବର୍ତ୍ତୀ(୨୪) ବୁଧବାର ଅପରାହ୍ନରେ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ୫୩ ନମ୍ୱର ଜାତୀୟ ରାଜପଥରେ ଏକ ଦଶ ଚକିଆ ଟ୍ରକ୍ ସେମାନଙ୍କୁ ସାଇଡ୍ ମାରିଥିଲା। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ମାଆ ଓ ଝିଅ। ଏହା ପରେ ମାଆ ଓ ଝିଅ ଦ୍ରୁତ ଗତିରେ ଆସି ଆରୁହା ଛକ ନିକଟରେ ଅଟକି ଥିଲେ। ସେଠାରେ ସମ୍ପୃକ୍ତ ଟ୍ରକ୍କୁ ଅଟକାଇ ଥିଲେ। ଏହା ପରେ ଟ୍ରକ୍ ଚାଳକ ଓ ମାଆ-ଝିଅଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଟ୍ରକ୍ ଚାଳକକୁ ଝିଅ ଲିପିକା ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଗଣ୍ଡଗୋଳ ବଢ଼ୁଥିବା ଦେଖି ସ୍ଥାନୀୟ ଲୋକ ସେଠାକୁ ଆସିଥିଲେ। ବୁଝାସୁଝା କରିବା ପରେ ସମସ୍ତେ ନିଜ ନିଜ ରାସ୍ତାରେ ପଳାଇ ଯାଇଥିଲେ।
Comments are closed.