ହାତକୁ ଦି ହାତ ହେବେ ଅଭିନେତା ଆଦିତ୍ୟ ଓ ଅନନ୍ୟା
ମୁମ୍ବାଇ: ପୁଣି ଆଉ ଏକ ବଲିଉଡ ଯୋଡିଙ୍କ ପଡିବ ହାତଗଣ୍ଠି। ହାତକୁ ଦି ହାତ ହେବେ ଅଭିନେତା ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ। ଏଥିପାଇଁ ଜୋର୍ସୋର୍ରେ ଚାଲିଛି ୱେଣ୍ଡିଂ ପ୍ଲାନିଂ। ଏକଥା ଆମେ କହୁନୁ ଖୋଦ୍ ଅଭିନେତା ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ ଏନେଇ ହିଣ୍ଟ ଦେଇଛନ୍ତି।
ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ଲଭ୍ ଲଇଫ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ସେ କୁଆଡେ ଆଦିତ୍ୟ ରୟ କପୁରଙ୍କୁ ଡେଟ୍ କରୁଥିବା ଶୁଣିବାକୁ ମିଳିଛି। ଫିଲ୍ମ ନିର୍ମାତା କରଣ ଜୋହର୍ ନିଜ ଚାଟ୍ ଶୋ’ କଫି ୱଥ୍ କରଣରେ ଅନନ୍ୟା ଓ ଆଦିତ୍ୟ ପରସ୍ପରକୁ ଡେଟ୍ କରୁଥିବା ନେଇ ହିଣ୍ଟ ଦେଇଛନ୍ତି। ଏହି ଶୋ’ରେ ଯୋଗ ଦେଇ ଅନନ୍ୟା କହିଥିଲେ ଯେ ତାଙ୍କୁ ଆଦିତ୍ୟ ହଟ୍ ଲାଗନ୍ତି। ବର୍ତ୍ତମାନ ଆଦିତ୍ୟ ରୟ କପୁର ନିଜ ବିବାହକୁ ନେଇ ମୁହଁ ଖୋଲିଛନ୍ତି। ସେ ତାଙ୍କ ବିବାହ ପ୍ଲାନିଂ ବିଷୟରେ ଖୁଲାସା କରିଛନ୍ତି।
Comments are closed.