ଜଷ୍ଟିସ୍ ଉଦୟ ଉମେଶ ଲଳିତ ହେବେ ସୁପ୍ରମକୋର୍ଟ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ୍ ଉଦୟ ଉମେଶ ଲଳିତ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଲଳିତ । ଲଳିତଙ୍କ ନାଁ ସୁପାରିସ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା । ତେବେ ଚଳିତ ମାସରେ ଅବସର ନେବାକୁ ଯାଉଛନ୍ତି ଜଷ୍ଟିସ୍ ଏନ.ଭି.ରମନ୍ନା ।

ସୂଚନା ଅନୁସାରେ, ଆଇନ ମନ୍ତ୍ରୀ କିରେନ ରିଜିଜୁ ଭାରତର ପ୍ରଧାନ ବିଚାରପତି (ସିଜେ) ଏନଭି ରମନ୍ନାଙ୍କୁ ଏକ ଚିଠି ଲେଖିଥିଲେ। ପରବର୍ତ୍ତୀ ଉତ୍ତରାଧିକାରୀ ନାମ ସୁପାରିଶ କରିବାକୁ ସେ ତାଙ୍କୁ ଅନୁରୋଧ କରିଥିଲେ । ଅଗଷ୍ଟ ୩ ତାରିଖର ଚିଠିକୁ ବୁଧବାର ସନ୍ଧ୍ୟାରେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରେ ଗ୍ରହଣ କରାଯାଇଥିଲା ।

ଏହା ସହ ବିଚାରପତିଙ୍କ ନିଯୁକ୍ତିକୁ ନେଇ ବୁଧବାର ସୁପ୍ରିମକୋର୍ଟ କଲେଜିୟମ ବୈଠକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । କାରଣ ଆଇନ ମନ୍ତ୍ରଣାଳୟ CJI ରମନ୍ନାଙ୍କୁ ପରବର୍ତ୍ତୀ CJI ଭାବରେ ସୁପାରିଶ କରିବାକୁ ଚିଠି ଲେଖିବାରେ ବିଳମ୍ବ କରିଥିଲେ। ପାରମ୍ପରିକ ଭାବରେ, ବର୍ତ୍ତମାନର CJI ଅବସର ଗ୍ରହଣ କରିବାର ଏକ ମାସ ପୂର୍ବରୁ ମନ୍ତ୍ରଣାଳୟ ଲେଖିଛି।

Comments are closed.