ବି-ଟାଉନରେ ବୟକଟ୍‌ ଟ୍ରେଣ୍ଡ

ମୁମ୍ବାଇ: ଏବେ ବି-ଟାଉନରେ ଚାଲିଛି ବୟକଟ୍‌ ଟ୍ରେଣ୍ଡ। ଲୋକଙ୍କୁ ଆଉ ପସନ୍ଦ ଆସୁନି ବଲିଉଡ ଫିଲ୍ମ। ଅଭିନେତା ଆମୀର ଖାନ୍‌ ଓ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ପରେ ଏବେ ପାଳି ପଡିଛି ଆଲିଆ ଭଟ୍ଟଙ୍କ।  ତାଙ୍କ ଅପ୍‌କମିଂ ଫିଲ୍ମ ‘ଡର୍ଲିଙ୍ଗସ୍‌’ ରିଲିଜ ହେବା ପୂର୍ବରୁ ଏହାକୁ ବୟକଟ୍‌ କରିବା ପାଇଁ ସୋଶାଲ ମିଡିଆରେ ଦାବି ଉଠିଛି।

ପ୍ରଥମ ଆମୀର ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଲାଲ ସିଂହ ଚଡ୍ଡା’। ଏହାପରେ ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’। ଆଉ ଏବେ ଆଲିଙ୍କ ଫିଲ୍ମ ‘ଡାର୍ଲିଙ୍ଗସ୍‌’କୁ ବୟକଟ୍‌ କରିବା ପାଇଁ ଦାବି ହୋଇଛି।  ଗତ କିଛି ଦିନ ହେବା ଫିଲ୍ମ ଡାର୍ଲିଙ୍ଗସକୁ ନେଇ ଚର୍ଚ୍ଚା ଲାଗି ରହିଛି। ଫିଲ୍ମର ଟ୍ରେଲରକୁ ମଧ୍ୟ ଲୋକେ ଖୁବ ପସନ୍ଦ କରିଥିଲେ। ଫିଲ୍ମଟି ଓଟିଟି ପ୍ଲାଟଫର୍ମ ନେଟ୍‌ ଫ୍ଲିକ୍ସରେ ରିଲିଜ ହେବାକୁ ଯାଇଛି। କିନ୍ତୁ ଏହା ପୂର୍ବରୁ ସୋଶାଲ ମିଡିଆରେ ଏହି ଫିଲ୍ମକୁ ବିରୋଧ କରାଯାଇଛି।

Comments are closed.